ସୁବର୍ଣ୍ଣପୁର: ଜିଲ୍ଲାର ବିରମହରାଜପୁର ଉପଖଣ୍ଡର ପ୍ରାୟ 6 ଗୋଟି ପଞ୍ଚାୟତର ବିଭିନ୍ନ ଗାଁରେ ପ୍ରତିବର୍ଷ ପରି ଏଥର ବି ଉନ୍ନତ ମାନର କପା ଉତ୍ପାଦନ ହୋଇଛି । ବିଶେଷକରି ଜଟେସିଂହା ପଞ୍ଚାୟତର ଆନନ୍ଦପୁର , ଖମାର , ବଡ଼ ଖମାର ଓ ଚନ୍ଦଲିରେ କପା ଉତ୍ପାଦନ ହୋଇଛି ।
ସେହିପରି ମୂର୍ଷୁଣ୍ଢି ପଞ୍ଚାୟତର ଗୋପପାଲି ,ଦୁରେଇପାଲି ,ମାଣିକପୁର ଓ କେଞ୍ଜିରିଆପାଲି ପଞ୍ଚାୟତର ତେଲିପାଲି ଅର୍ଚଣ୍ଡା ଆଦି ଗାଁର ଚାଷୀମାନେ ଗତ ନଭେମ୍ବର ଶେଷ ସୁଦ୍ଧା ନିଜ ନିଜର କପା ଅମଳ କରି ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି । ଏହି ଉପଖଣ୍ଡରେ ଏଥର ଚାଷୀମାନେ 3 ହଜାର 825 ହେକ୍ଟର କପା ଚାଷ କରିଥିବା ବେଳେ ଜିଲ୍ଲା ସାରା ପ୍ରାୟ 5000ରୁ ଅଧିକ ହେକ୍ଟର ଚାଷ ଜମିରେ କପା ଚାଷ ହୋଇଥିଲା ।ହେଲେ ଚାଷୀମାନେ କପା ବିକ୍ରି ପାଇଁ କୌଣସି ସୁବିଧା ପାଇ ପାରୁ ନାହାଁନ୍ତି । ବିରମହରାଜପୁର ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ କପା ମଣ୍ତି ଖୋଲାଯାଇଛି ।