ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ମାତିଛନ୍ତି ଲୁଟେରା, ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ - ସୁବର୍ଣ୍ଣପୁରରେ ଡିକି ଭାଙ୍ଗି ଲୁଟ

ସୁବର୍ଣ୍ଣପୁର ସହରରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଆଜି ଦୁଇ ଜଣଙ୍କର ବାଇକ ଡିକି ଭାଙ୍ଗି ପ୍ରାୟ ତିନି ଲକ୍ଷ ଟଙ୍କା ଲୁଟ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

broken bike dicky and lakhs of amount rubbery in biramaharajpur
ସୁବର୍ଣ୍ଣପୁରରେ ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ

By

Published : Feb 11, 2022, 8:28 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଆଜି ଦୁଇ ଜଣଙ୍କର ବାଇକ ଡିକି ଭାଙ୍ଗି ପ୍ରାୟ ତିନି ଲକ୍ଷ ଟଙ୍କା ଲୁଟ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ବୀରମହାରାଜପୁର ଉପଖଣ୍ଡର କେନ୍ଦୁମୁଣ୍ଡା ଗାଁର ମନୋଜ ମେହେରଙ୍କ ଗାଡି ଡିକିରୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଲୁଟ ହୋଇଥିବା ମନୋଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରେ ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ

ତେବେ ମନୋଜ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଡିକିରେ ରଖି ପଟାଭାଡି ନିଜ ମାମୁଁ ଘରକୁ ଯାଇଥିଲେ। ମାମୁଁ ଘର ଆଗରେ ଗାଡି ରଖି ଘର ଭିତରୁ ପରିବାର ଲୋକଙ୍କୁ ସାକ୍ଷାତ କରି ବାହାରକୁ ଆସିବା ବେଳକୁ ଡିକି ଭାଙ୍ଗି ଲୁଟେରା ସବୁ ଟଙ୍କା ନେଇ ଯାଇଥିବା ଦେଖିବାକୁ ପାଇଥିଲେ । ସେହିପରି ଘରୋଇ ବସ ମାଲିକ ସଂଘର ସଭ୍ୟ ପୁରୁଷୋତ୍ତମ ପାଣିଗ୍ରାହୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ କିଣୁଥିବା ବେଳେ ତାଙ୍କର ବାଇକ ଡିକିରୁ ପଚାଶ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ଆଜିର ଏହି ଲୁଟ ଘଟଣାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଉଭୟ ବ୍ୟାଙ୍କ ଓ ପୋଲିସ ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details