ସୁବର୍ଣ୍ଣପୁର: ବନ୍ଧୁକ ମୁନରେ 21 ଲକ୍ଷ ଟଙ୍କା ଲୁଟ ଘଟଣାର ଅନ୍ୟ 2 ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସ । ଗିରଫ 2 ଡକାୟତଙ୍କ ପାଖରୁ 2 ଲକ୍ଷ 86 ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଡାକାୟତ 2ଜଣ ହେଲେ ରାଜେନ୍ଦ୍ର ରାଜାହଂସ ଓ ମାନସ କୁମାର ଚଉଳିଆ । ଉଭୟଙ୍କ ଘର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ବୋଲି ପୋଲିସ ସୂଚନା ଦେଇଛି ।
17 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରାମହାରାଜପୁର ଥାନା ବାଘଲପୁରଠାରେ ବନ୍ଧୁକ ମୁନରେ 21 ଲକ୍ଷରୁ ଊର୍ଦ୍ଧ୍ବ ପରିମାଣର ଟଙ୍କା ଲୁଟ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପୋଲିସ କାର୍ଯ୍ୟାନୁଷ୍ଠାନ ଫଳରେ 18 ଲକ୍ଷ 16 ହଜାର ଟଙ୍କା ଉଦ୍ଧାର ହୋଇଛି । ଏକ ବ୍ୟାଗ ଓ ଗୋଟିଏ ମୋବାଇଲ ମଧ୍ୟ ଜବତ ହୋଇଛି । ଏନେଇ ଆଜି ସୁବର୍ଣ୍ଣପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।