ଓଡିଶା

odisha

ETV Bharat / state

ଚୋରି ରୋକି ପାରୁନି ପୋଲିସ ! ଅସନ୍ତୋଷ ସୁବର୍ଣ୍ଣପୁରବାସୀ - ସୁବର୍ଣ୍ଣପୁରରେ ଚୋରି ବିଫଳ

ସୁବର୍ଣ୍ଣପୁର ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରି ଲୁଟପାଟ । ତେବେ ଏହାକୁ ରୋକିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ସହରବାସୀ । ଅଧିକ ପଢନ୍ତୁ

ଚୋରି ରୋକିବାରେ ବିଫଳ ପୋଲିସ, ଜନ ଅସନ୍ତୋଷ ବୃଦ୍ଧି
ଚୋରି ରୋକିବାରେ ବିଫଳ ପୋଲିସ, ଜନ ଅସନ୍ତୋଷ ବୃଦ୍ଧି

By

Published : May 7, 2022, 12:50 PM IST

ସୁବର୍ଣ୍ଣପୁର: ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରି ଲୁଟପାଟ । ତେବେ ଏହାକୁ ରୋକିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ସହରବାସୀ । ଲୋକେ ନିରାଶ ହୋଇ ଫେରୁଥିବା ବେଳେ ଅସନ୍ତୋଷ ବୃଦ୍ଧି ପାଉଛି ।

ଚୋରି ରୋକିବାରେ ବିଫଳ ପୋଲିସ, ଜନ ଅସନ୍ତୋଷ ବୃଦ୍ଧି

ସୂଚନାଅନୁସାରେ, ସହରରେ ଆଖି ପିଛୁଳାକେ ଛୋଟ ଛୋଟ ଚୋରି ହେଉଛି । କିଛି ଲୋକ ଚୋରି ଜିନିଷ ଉଦ୍ଧାର ପାଇଁ ପୋଲିସ ପାଖକୁ ଯାଉଥିବା ବେଳେ ଜିନିଷ ଉଦ୍ଧାର ହେବ ନାହିଁ ବୋଲି ଭାବୁଥିବା ଲୋକେ ନିରାଶରେ ଘରକୁ ଯାଉଛନ୍ତି । ସାପ୍ତାହିକ ବଜାର, ଦୈନିକ ବଜାର ଓ ବ୍ୟାଙ୍କ ଗୁଡିକ ସାମ୍ନାରେ ଚୋରି ଓ ଲୁଟ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ମୋଟର ସାଇକେଲ, ମୋବାଇଲ, ସାଇକେଲ ଆଦି ବଜାର ଗୁଡିକରୁ ଚୋରି ହେଉଥିବା ବେଳେ ପକେଟମାର ବି ହେଉଛି । ବାହାର ଜିଲ୍ଲାରୁ ଦୁର୍ବୃତ୍ତମାନେ ଆସି ମୋଟର ସାଇକେଲର ଡିକି ଭାଙ୍ଗି ବି ଚୋରି କରି ନେଉଛନ୍ତି । ATM ଗୁଡିକ ସାମ୍ନାରୁ ଦୁର୍ବୃତ୍ତମାନେ ଟଙ୍କା ଉଠାଣ କରୁଥିବା ବ୍ୟକ୍ତିଙ୍କୁ ସହଯୋଗ କରିବା ନାଁରେ ଠକେଇ କରୁଛନ୍ତି ।

ତେବେ ପ୍ରତିଦିନ ଛୋଟ ଛୋଟ ଘଟଣା ଗୁଡିକ ନଜରକୁ ଆସୁଥିବା ବେଳେ ସହରରେ ତାର ବେଶ ଚର୍ଚ୍ଚା ହେଉଛି । ହେଲେ ପୋଲିସ ପେଟ୍ରୋଲିଂ ତଥା ଜନଗହଳିପୂର୍ଣ୍ଣ ଜାଗା ଗୁଡିକରେ ସୁରକ୍ଷାକର୍ମୀ ମୁତୟନ ଅଭାବରୁ ଏଭଳି ଘଟଣା ଗୁଡିକ ହେଉଥିବା ଅଭିଯୋଗ ହେଉଛି । ତେବେ ଦୁର୍ବୃତ୍ତଙ୍କ ଭିତରେ ପୋଲିସ ଭୟ ସୃଷ୍ଟି କରିବା ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏ ଦିଗରେ ସମ୍ବେଦନଶୀଳ ହେବା ପାଇଁ ବିଜେପି ନେତା ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details