ସୁବର୍ଣ୍ଣପୁର: ଦୀର୍ଘ ଦିନର ଦାବି ହେଲା ପୂରଣ । ସୁବର୍ଣ୍ଣପୁର ସହର ସଦର ପୌର ପରିଷଦ ଓ ଜନସ୍ବାସ୍ଥ୍ୟ ବିଭାଗର ମିଳିତ ପ୍ରୟାସରେ ଦୀର୍ଘ ଦିନ ଧରି ରହିଥିବା ଡ୍ରେନେଜ ସମସ୍ୟାର ସମାଧାନ ହୋଇଛି । ଜବର ଦଖଲ ଯୋଗୁଁ ଡ୍ରେନେଜ ବ୍ୟବସ୍ଥା ହୋଇ ପାରି ନ ଥିବା ବେଳେ ବର୍ଷା ଦିନେ ପଡାବାସୀ ନାହିଁ ନ ଥିବା ଅସୁବିଧାର ସମୁଖିନ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଅନେକ ସମୟରେ ପୌରପରିଷଦ ଓ ଜନ ସ୍ବାସ୍ଥ୍ୟ ବିଭାଗକୁ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୋଣସି ସମାସ୍ୟାର ସମାଧାନ ହୋଇ ନ ଥିଲା । ହେଲେ ଆଜି ଦୀର୍ଘ ବର୍ଷ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଛି ।
ହଟିଲା ଜବର ଦଖଲ, ଦୀର୍ଘ ଦିନର ଡ୍ରେନେଜ ସମସ୍ୟାର ହେଲା ସମାଧାନ - Drainage problem hes solved
ସୁବର୍ଣ୍ଣପୁର ସହର ସଦର ପୌର ପରିଷଦ ଓ ଜନସ୍ବାସ୍ଥ୍ୟ ବିଭାଗର ମିଳିତ ପ୍ରୟାସରେ ଦୀର୍ଘ ଦିନ ଧରି ରହିଥିବା ଡ୍ରେନେଜ ସମସ୍ୟାର ସମାଧାନ ହୋଇଛି । ଜବର ଦଖଲ ଉଚ୍ଛେଦ କରି ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ପୌର ପରିଷଦ । ଅଧିକ ପଢନ୍ତୁ...
![ହଟିଲା ଜବର ଦଖଲ, ଦୀର୍ଘ ଦିନର ଡ୍ରେନେଜ ସମସ୍ୟାର ହେଲା ସମାଧାନ ହଟିଲା ଜବର ଦଖଲ, ଦୀର୍ଘ ଦିନର ଡ୍ରେନେଜ ସମସ୍ୟାର ହେଲା ସମାଧାନ](https://etvbharatimages.akamaized.net/etvbharat/prod-images/768-512-9870638-thumbnail-3x2-drain.jpg)
ହଟିଲା ଜବର ଦଖଲ, ଦୀର୍ଘ ଦିନର ଡ୍ରେନେଜ ସମସ୍ୟାର ହେଲା ସମାଧାନ
ହଟିଲା ଜବର ଦଖଲ, ଦୀର୍ଘ ଦିନର ଡ୍ରେନେଜ ସମସ୍ୟାର ହେଲା ସମାଧାନ
ପୌରପରିଷଦ ଓ ଜିଲ୍ଲା ଜନ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଆସି ଜବର ଦଖଲ ଉଚ୍ଛେଦ କରି ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ପାଣି ନିଷ୍କାସନ ପାଇଁ କାମ ଆରମ୍ଭ ହୋଇ ଥିବାରୁ ଗୋକରନେଶ୍ବର ପଡାବାସୀ ଉଭୟ ପୌର ପରିଷଦ ଓ ଜନସ୍ବାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ