ଓଡିଶା

odisha

ସୁବର୍ଣ୍ଣପୁରରେ ସଫଳ ହେଉଛି ସଟଡାଉନ, ମିଳୁଛି ବ୍ୟାପକ ଜନ ସମର୍ଥନ

By

Published : Aug 9, 2020, 3:40 PM IST

ଜିଲ୍ଲାରେ କୋରୋନା ସଂକ୍ରମଣକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କରାଯାଉଥିବା ସଟଡାଉନ ନିଷ୍ପତ୍ତିକୁ ଜନସାଧାରଣଙ୍କ ପକ୍ଷରୁ ଅହେତୁକ ସମର୍ଥନ ମିଳିଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ସଫଳ ହେଉଛି ସଟଡାଉନ, ମିଳୁଛି ବ୍ୟାପକ ଜନ ସମର୍ଥନ
ସୁବର୍ଣ୍ଣପୁରରେ ସଫଳ ହେଉଛି ସଟଡାଉନ, ମିଳୁଛି ବ୍ୟାପକ ଜନ ସମର୍ଥନ

ସୁବର୍ଣ୍ଣପୁର: କୋରୋନା ସଂକ୍ରମଣ ସଂଖ୍ୟା ଦିନକୁଦିନ ବଢି ବଢି ଯାଉଥିବାବେଳେ ଜନସାଧାରଣଙ୍କ ଭିତରେ ଭୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ବେଶ ଯତ୍ନବାନ ହୋଇଛି। ତେବେ ଶନିବାର ଓ ଆଜି (ରବିବାର) ଦୁଇ ଦିନ ପାଇଁ ଗାଁରୁ ସହର ଯାଏଁ ସଟଡାଉନ ସମ୍ପୂର୍ଣ୍ଣ ସଫଳ ହୋଇଛି ।

ସୁବର୍ଣ୍ଣପୁରରେ ସଫଳ ହେଉଛି ସଟଡାଉନ, ମିଳୁଛି ବ୍ୟାପକ ଜନ ସମର୍ଥନ

ସହରର ଦୁଇଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ସାରା ଜିଲ୍ଲାରେ ଦୁଇ ଦିନ ପାଇଁ ସଟଡାଉନ କରାଯାଇଛି। ଜୁଲାଇ ମାସରେ ପ୍ରତିଟି ସପ୍ତାହର ଶନିବାର ଓ ରବିବାର ସଟଡାଉନ କରାଯାଇଥିଲା। ଜିଲ୍ଲାପାଳଙ୍କ ସେହି ଆଦେଶ ଏଯାଏଁ ବଳବତ୍ତର ରହିଛି।

ସଟଡାଉନ ହେବା ଫଳରେ ଦୈନିକ ଜରୁରୀ ସାମଗ୍ରୀ ଦୋକାନକୁ ବାଦ ଦେଲେ ଅନ୍ୟସବୁ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ସମେତ ଅଖ ଚକ ସବୁ ବନ୍ଦ ରହିଛି । କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ନେଉଥିବା ପଦକ୍ଷେପକୁ ଜିଲ୍ଲାରେ ବିପୁଳ ଜନ ସମର୍ଥନ ମିଳୁଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details