ସୁବର୍ଣ୍ଣପୁର: ଜିଲ୍ଲା ତରଭା ସହରରେ ଗୁରୁବାର ପୋଲିସ ପକ୍ଷରୁ କଡାକଡି ଭାବେ ଲକଡାଉନ କରାଯାଇଛି । ଥାନା ଅଧିକାରୀ ଡୋଳାମଣୀ ଭୋଇଙ୍କ ନେତୃତ୍ବରେ ଦୁଇଟି ପୋଲିସ ଦଳ ସହର ଭିତରକୁ ଯାତାୟତ କରୁଥିବା ଗାଡି ମୋଟର ଚେକିଂ କରିଥିଲେ । ବିନା କାମରେ ବୁଲୁଥିବା ମୋଟର ସାଇକେଲ ଆରୋହୀଙ୍କ ପାଖରୁ 15 ହଜାର ଟଙ୍କାର ଇ-ଚାଲାଣ କାଟିଥିବା ବେଳେ ମୋଟର ସାଇକେଲ ଗୁଡିକ ଜବତ କରିଥିଲେ ।
ଲକଡାଉନ କଡାକଡି: ବାଇକ ଜବତ କରି ଫାଇନ ଆଦାୟ କଲା ପୋଲିସ - bike confiscation is fine in Subarnapur
ସୁବର୍ଣ୍ଣପୁର ଜିଲ୍ଲାରେ ଲକଡାଉନକୁ ଆହୁରି କଡାକଡି କରିଛି ପୋଲିସ । ବିନା କାମରେ ବୁଲୁଥିବା ମୋଟର ସାଇକେଲ ଆରୋହୀଙ୍କ ପାଖରୁ 15 ହଜାର ଟଙ୍କାର ଇ-ଚାଲାଣ କାଟିଥିବା ବେଳେ ମୋଟର ସାଇକେଲ ଗୁଡିକ ଜବତ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଲକଡାଉନ କଡାକଡି, ବାଇକ ଜବତ ଫାଇନ ଆଦାୟ
ପୋଲିସ ଯେ ଖାଲି ଚାଲାଣ କାଟିଥିଲେ ତାହା ନୁହେଁ କୌଣସି ବି କାମରେ ଘରୁ ବାହାରିବା ସମୟରେ ମାକ୍ସ ବ୍ୟବହାର କରିବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତ୍ବ ରଖିବା ସହିତ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଗୁରୁବାର ପୋଲିସର କଡାକଡା ଚେକିଂକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ