ଓଡିଶା

odisha

ETV Bharat / state

ସ୍ଥାୟୀ ଜମି ପଟ୍ଟା ଦାବି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ୱାର୍ଡବାସୀ - Subarnapur collector office

ସ୍ଥାୟୀ ଜମି ପଟ୍ଟା ଦାବି ନେଇ ସୁବର୍ଣ୍ଣପୁର ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ପୌର ପରିଷଦର ୧୪ ନମ୍ବର ୱାର୍ଡବାସୀ । ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ଦିନ ହେବ ଏହି ବସ୍ତିବାସିନ୍ଦାମାନେ ଭଗବତୀ ପ୍ଲଟରେ ଅନାବାଦୀ ଜାଗାରେ ବାସ କରିଆସୁଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 19, 2019, 3:26 PM IST

ସୁବର୍ଣ୍ଣପୁର: ସ୍ଥାୟୀ ଜମି ପଟ୍ଟା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପୌର ପରିଷଦର ୧୪ ନମ୍ବର ୱାର୍ଡବାସୀ । ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ଦିନ ହେବ ଏହି ବସ୍ତିବାସିନ୍ଦାମାନେ ଭଗବତୀ ପ୍ଲଟରେ ଅନାବାଦୀ ଜାଗାରେ ବାସ କରି ଆସୁଥିଲେ ହେଁ ଏମ‍ାନଙ୍କୁ ସରକାର କୌଣସି ପ୍ରକାର ସହାୟତା ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି ।


ଓଡିଶା ଭୂଅଧିକାର ଆଇନ-୨୦୧୭ ଅନୁଯାୟୀ ଗରିବ ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ସରକାର ଡିହ ଓ ଘର ଯୋଗାଇଦେବା କଥା । କିନ୍ତୁ ସ୍ଥାନୀୟ ପୌର ପ୍ରଶ‍ାସନର ଅବହେଳାରୁ ଏସବୁ ସୁବିଧାରୁ ବଞ୍ଚିତ ବୋଲି ପରିଷଦର ୧୪ ନମ୍ବର ୱାର୍ଡବାସୀ ଅଭିଯୋଗ କରିଛନ୍ତି । ଉଷା ସର୍ଭେ ଦ୍ବାରା ସମସ୍ତ ଘରକୁ ନମ୍ବର କରିବା ସହ ଅନ୍ୟ ୱାର୍ଡମାନଙ୍କରେ ସମସ୍ତ ଅଧିବାସୀ ପଟ୍ଟା ପାଇସାରିଥିବାବେଳେ 14 ନମ୍ବର ୱାର୍ଡବାସୀଙ୍କୁ କାହିଁକି ସେମାନଙ୍କ ଅଧିକାର ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର


ଏନେଇ ବାରମ୍ବାର ପୌର କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା । ପୌର ପରିଷଦର ଅବହେଳା ଯୋଗୁଁ ବସ୍ତି ଲୋକେ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ତୁରନ୍ତ ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details