ଓଡିଶା

odisha

ETV Bharat / state

ସରପଞ୍ଚଙ୍କର 3 ସନ୍ତାନ ନେଇ ବଢୁଛି ଅଡୁଆ, ଅସିଦ୍ଧ ଘୋଷଣା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପଞ୍ଚାୟତବାସୀ - subarnapur news update

ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଯାଲୋଏ ପଞ୍ଚାୟତର ସରପଞ୍ଚଙ୍କ 3 ସନ୍ତାନ ନେଇ ବଢୁଛି ବିବାଦ। ଅସିଦ୍ଧ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନକୁ ଦାବି କଲେ ପଞ୍ଚାୟତବାସୀ । ଅଧିକ ପଢନ୍ତୁ...

ସରପଞ୍ଚଙ୍କର 3 ସନ୍ତାନ, ଅସିଦ୍ଧ ଘୋଷଣା କରିବା ପାଇଁ ଜିଲ୍ଲାପ୍ରଶାସନକୁ ପଞ୍ଚାୟତବାସୀଙ୍କ ଦାବି
ସରପଞ୍ଚଙ୍କର 3 ସନ୍ତାନ, ଅସିଦ୍ଧ ଘୋଷଣା କରିବା ପାଇଁ ଜିଲ୍ଲାପ୍ରଶାସନକୁ ପଞ୍ଚାୟତବାସୀଙ୍କ ଦାବି

By

Published : Sep 29, 2021, 4:04 PM IST

ସୁବର୍ଣ୍ଣପୁର:ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିବା ପାଇଁ ଦାବି। ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଯାଲୋଏ ପଞ୍ଚାୟତ ସରପଞ୍ଚଙ୍କର 3 ସନ୍ତାନ ଥିବାରୁ ତାଙ୍କୁ ଅସିଦ୍ଧ ଘୋଷଣା ଦାବି କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ। ଏନେଇ ପୂର୍ବରୁ ମଧ୍ୟ ବ୍ଲକ ପ୍ରଶାସନକୁ ଦାବି କାରଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନହେବାରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ସ୍ଥାନୀୟ ପଞ୍ଚାୟତବାସୀ।

ସରପଞ୍ଚଙ୍କର 3 ସନ୍ତାନ, ଅସିଦ୍ଧ ଘୋଷଣା କରିବା ପାଇଁ ଜିଲ୍ଲାପ୍ରଶାସନକୁ ପଞ୍ଚାୟତବାସୀଙ୍କ ଦାବି

ସୂଚନା ଅନୁସାରେ, ଯାଲୋଏ ସରପଞ୍ଚ ଶିଭେଦିତା ବଘାରଙ୍କ ନିର୍ବାଚନ ପୂର୍ବରୁ 2 ସନ୍ତାନ ଥିବାବେଳେ ନିର୍ବାଚନ ପରେ ସେ ଆଉ ଏକ ସନ୍ତାନର ମା ହୋଇଛନ୍ତି । ଏପରିସ୍ଥଳେ ଜନ ପ୍ରତିନିଧିଙ୍କର ଦୁଇ ସନ୍ତାନ ରହିବା ନେଇ ଆଇନ ରହିଥିବାବେଳେ ଏବେ ସରପଞ୍ଚଙ୍କୁ ବରଖାସ୍ତ କରିବା ଦାବି କରିଛନ୍ତି ପଞ୍ଚାୟତବାସୀ । ସନ୍ତାନ ସନ୍ତତିଙ୍କ ବିଷୟରେ ଅଙ୍ଗନୱାଡି କର୍ମୀଙ୍କ ଜନ୍ମ ଓ ମୃତ୍ୟୁ ରେଜିଷ୍ଟରରେ ପଞ୍ଜୀକୃତ ଥିବାବେଳେ ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ ନାଁରେ ଲୋକଙ୍କୁ ଡାକି ଭୟଭୀତ କରୁଥିବା ବି ଅଭିଯୋଗ ହୋଇଛି । ଏପରିକି ସରପଞ୍ଚଙ୍କ 3 ସନ୍ତାନ ଥିବା ସତ୍ତ୍ବେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ସରପଞ୍ଚଙ୍କ ପରିବାର ସହ ଭୋଜିଭାତରେ ମାତି ତାଙ୍କ ପକ୍ଷ ନେବା ସହ ଘଟଣାକୁ ଲୁଚାଇବାକୁ ପ୍ରୟାସ କରୁଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।

ସେହିପରି ଅନ୍ୟ ଏକ ଅଭିଯୋଗ ଅନୁସାରେ, ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବାବେଳେ ବ୍ଲକ ପ୍ରଶାସନ ପାଖରେ ଏକାଧିକ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପଞ୍ଚାୟତରେ ଯମୁନା ବନ୍ଧ ଉନ୍ନତିକରଣରେ ସୂଚନାଫଳକ ନ ଦେଇ କାର୍ଯ୍ୟ କରିବା , ପ୍ରକଳ୍ପ ଅନୁଦାନ ରାଶିର ସୂଚନା ନ ଦେବା , ସ୍ଥାନୀୟ କୁଶଳୀ ମିସ୍ତ୍ରୀମାନଙ୍କୁ ନିୟୋଜିତ ନ କରି ବାଂଲାଦେଶୀ ଓ କଲିକତାର ମିସ୍ତ୍ରୀଙ୍କୁ ଆଣି କାମରେ ନିୟୋଜିତ କରିବା ଆଦି ଅନିୟମିତତା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲାପାଳ ଏ ସମ୍ପର୍କରେ ହସ୍ତକ୍ଷେପ କରିବା ସହ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିବାକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ପଞ୍ଚାୟତବାସୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details