ସୁବର୍ଣ୍ଣପୁର : ଜିଲ୍ଲାର ବିରମହରାଜପୁର ଥାନା ଅନ୍ତର୍ଗତ ଲିଟିପାଲି ଗାଁର ମୋହନ ପ୍ରଧାନକୁ ହତ୍ୟା କରାଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ 28 ତାରିଖ ଶୁକ୍ରବାର ଦିନ ସକାଳ 9ଟା ସମୟରେ ବଡମାଲ ଗାଁର ଚିତ୍ତ ପଧାନ ସହିତ ଘରୁ ବାହାରି ଯାଇ ଆଉ ଘରକୁ ଫେରି ନଥିଲେ । ଆଜି ମୋହନ ଗୌଡ଼ଗାଡ଼ ଜଙ୍ଗଲର ରାସ୍ତା କଡରେ ପଡିଥିବା ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ରାସ୍ତାକଡରୁ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗରେ ଥାନାରେ ଏତଲା - mohan pradhan murder case family written complain
ସୁବର୍ଣ୍ଣପୁର ଜିଲ୍ଲାର ବିରମହରାଜପୁର ଥାନା ଅନ୍ତର୍ଗତ ଲିଟିପାଲି ଗାଁର ମୋହନ ପ୍ରଧାନକୁ ହତ୍ୟା କରାଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ 28 ତାରିଖ ଶୁକ୍ରବାର ଦିନ ସକାଳ 9ଟା ସମୟରେ ବଡମାଲ ଗାଁର ଚିତ୍ତ ପଧାନ ସହିତ ଘରୁ ବାହାରି ଯାଇ ଆଉ ଘରକୁ ଫେରି ନଥିଲେ । ଅଧିକ ପଢନ୍ତୁ...
![ରାସ୍ତାକଡରୁ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗରେ ଥାନାରେ ଏତଲା ସୁବର୍ଣ୍ଣପୁର ଜିଲ୍ଲାର ବିରମହରାଜପୁର ଥାନା ଅନ୍ତର୍ଗତ ଲିଟିପାଲି ଗାଁର ମୋହନ ପ୍ରଧାନକୁ ହତ୍ୟା](https://etvbharatimages.akamaized.net/etvbharat/prod-images/768-512-10441899-thumbnail-3x2-ghfd.jpg)
ସୁବର୍ଣ୍ଣପୁର ଜିଲ୍ଲାର ବିରମହରାଜପୁର ଥାନା ଅନ୍ତର୍ଗତ ଲିଟିପାଲି ଗାଁର ମୋହନ ପ୍ରଧାନକୁ ହତ୍ୟା
ସୁବର୍ଣ୍ଣପୁର ଜିଲ୍ଲାର ବିରମହରାଜପୁର ଥାନା ଅନ୍ତର୍ଗତ ଲିଟିପାଲି ଗାଁର ମୋହନ ପ୍ରଧାନକୁ ହତ୍ୟା
ତାଙ୍କୁ ବିରମହରାଜପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଗୌଡ଼ଗାଡ଼ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଆଣି ପ୍ରଥମେ ବିରମହରାଜପୁର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୋହନଙ୍କ ସାନ ଭାଇ ପଙ୍କଜ ତାଙ୍କ ବଡ ଭାଇକୁ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି । ହତ୍ୟା ରହସ୍ୟ ଉନ୍ମୋଚନ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ