ଓଡିଶା

odisha

ETV Bharat / state

ବେଆଇନ ମଦ କାରବାର ବନ୍ଦ ପାଇଁ ମହିଳାଙ୍କ ଦାବି - ମହିଳା ସ୍ବୟଂ ସହାୟକ ଦଳ

ସୁବର୍ଣ୍ଣପୁର ଜିଲ୍ଲାରେ ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ଦାବି ହୋଇଛି । ମହିଳା ସ୍ବୟଂ ସହାୟକ ଦଳ ସଭାନେତ୍ରୀ ସେବତୀ ଭୋଇଙ୍କ ନେତୃତ୍ବରେ ସଭ୍ୟ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

liquire-close-demand-by-shg-of-tarbha-block-of-subarnapur
ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

By

Published : Dec 17, 2019, 10:19 PM IST

ସୁବର୍ଣ୍ଣପୁର: ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଛା ଗାଁରେ ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ଦାବି ହୋଇଛି । ମହିଳା ସ୍ବୟଂ ସହାୟକ ଦଳ ସଭାନେତ୍ରୀ ସେବତୀ ଭୋଇଙ୍କ ନେତୃତ୍ବରେ ସଭ୍ୟ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ବେଆଇନ ମଦ ବନ୍ଦ କରିବା ପାଇଁ ଦାବି

ଗତ ପ୍ରାୟ 20 ଦିନ ପୂର୍ବରୁ ମହିଳାଙ୍କ ଦାବିକୁ ଜିଲ୍ଲା ଅବକାରୀ ବିଭାଗ ଶୁଣୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଗାଁରେ ବେଆଇନ ଭାବେ କିଛି ମଦ ବେପାରୀ ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଛନ୍ତି । ଫଳରେ ଗାଁରେ ଦିନକୁ ଦିନ ଆସମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏପରିକି ଚୋରି ବଢୁଥିବା ବେଳେ ଗଣ୍ଡଗୋଳ ହେଉଥିବା ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ମହିଳାଙ୍କୁ ପ୍ରତିଶୃତି ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ଏଯାଏଁ ନେଇ ନାହିଁ ।

ମହିଳାମାନେ ତାଙ୍କ ଦାବି ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ଅପରପକ୍ଷରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାଙ୍କୁ ପ୍ରତିଶୃତି ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details