ଓଡିଶା

odisha

By

Published : Aug 6, 2022, 12:51 PM IST

Updated : Aug 6, 2022, 1:03 PM IST

ETV Bharat / state

ପୂର୍ଣ୍ଣ ଅନୁଦାନ ଦାବି, ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ ଧାରଣା

ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ ପୂର୍ଣ୍ଣ ଅନୁଦାନ ଦାବି କରି ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

ପୂର୍ଣ୍ଣ ଅନୁଦାନ ଦାବି, ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ କର୍ମଚାରୀଙ୍କ ଧାରଣା
ପୂର୍ଣ୍ଣ ଅନୁଦାନ ଦାବି, ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ କର୍ମଚାରୀଙ୍କ ଧାରଣା

ସୁବର୍ଣ୍ଣପୁର: ଜିଲ୍ଲାର ସର୍ବପୁରାତନ ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ ତଥା କର୍ମଚାରୀମାନେ ପୂର୍ଣ୍ଣ ଅନୁଦାନ ଦାବି କରିଛନ୍ତି । ଏହି ଦାବିରେ ସେମାନେ ମହାବିଦ୍ୟାଳୟର ଆଗରେ ଧାରଣାରେ ବସିଛନ୍ତି । ୨୦୦୮ ମସିହାରୁ ଥିବା ଅଧ୍ୟାପକ ଓ କର୍ମଚାରୀମାନେ ଆଜି ପର୍ଯ୍ୟନ୍ତ ଓଡିଶାର ଗ୍ରାଣ୍ଟ-ଇନ-ଏଡ୍ ନିୟମରେ ପରିସର ଭୁକ୍ତ ହୋଇନଥିବା ଅଭିଯୋଗ ହୋଇଛି ।

ପୂର୍ଣ୍ଣ ଅନୁଦାନ ଦାବି, ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ କର୍ମଚାରୀଙ୍କ ଧାରଣା

ଆନ୍ଦୋଳନରତ ଅଧ୍ୟାପକଙ୍କ ଅଭିଯୋଗ ଅନୁସାରେ ସେମାନେ ମହାବିଦ୍ୟାଳୟ ମାନଙ୍କର ପରିଚାଳନା କମିଟି ଦ୍ବାରା ୨୦୦୮ ମସିହାରେ ନିଯୁକ୍ତି ପାଇଥିଲେ । ମାତ୍ର ଏଯାବତ୍‌ ଗ୍ରାଣ୍ଟ ଇନ ଏଡ୍ ନିୟମରେ ପରିସର ଭୁକ୍ତ ହୋଇ ନାହାନ୍ତି । ତେଣୁ ବେସରକାରୀ ଅଧ୍ଯାପକ କର୍ମଚାରୀମାନେ ମହାବିଦ୍ୟାଳୟର ସମ୍ମୁଖରେ ସମସ୍ତ କାର୍ଯ୍ୟ ବନ୍ଦ କରି ଅନୁଦାନ ପାଇବା ନେଇ ଧାରଣା ଦେଇଛନ୍ତି । ସରକାରଙ୍କ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଛନ୍ତି ।

ଦୀର୍ଘ ୧୧୩ ଦିନ ଧରି ଭୁବନେଶ୍ବର ସ୍ଥିତ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ନିରବତା କାରଣରୁ ଉକ୍ତ ଅନୁଦାନ ସମ୍ପର୍କିତ ଆନ୍ଦୋଳନ ସମଗ୍ର ରାଜ୍ୟରେ ଥିବା ମହାବିଦ୍ୟାଳୟକୁ ବ୍ୟାପିବାରେ ଲାଗିଛି । ଆଗାମୀ ଦିନରେ ସରକାର ଯଦି ଅନୁଦାନ ପ୍ରଦାନ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଏହି ଆନ୍ଦୋଳନ ପଞ୍ଚାୟତ ସ୍ତରରେ ଓ ଗାଁ ଗାଁରେ ବ୍ୟାପିବ ବୋଲି ସମସ୍ତ ଅଧ୍ୟାପକ ଓ କର୍ମଚାରୀ କହିଛନ୍ତି । ଏହି ଧାରଣାରେ ମହାବିଦ୍ୟାଳୟର ୨୦୦୮ ପରବର୍ତ୍ତୀ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଧାରଣାରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Aug 6, 2022, 1:03 PM IST

ABOUT THE AUTHOR

...view details