ଓଡିଶା

odisha

ETV Bharat / state

ନକଲି ସୁନା ବନ୍ଧା ପକାଇ ବ୍ୟାଙ୍କରୁ ଠକି ନେଲେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା - ସୁବର୍ଣ୍ଣପୁର ବ୍ୟାଙ୍କ ଅଫ ବରୋଦାରେ ଠକେଇ

ବ୍ୟାଙ୍କ ଅଫ ବରୋଦାରେ ନକଲି ସୁନା ବନ୍ଧକ ରଖି 10 ଲକ୍ଷ 69 ହଜାର ଟଙ୍କାର ଠକେଇ । ଥାନାରେ ଅଭିଯୋଗ କଲେ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ବ୍ୟାଙ୍କ ଅପ ବରୋଦାରେ ନକଲି ସୁନା ବନ୍ଧକ ରଖି 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ
ବ୍ୟାଙ୍କ ଅପ ବରୋଦାରେ ନକଲି ସୁନା ବନ୍ଧକ ରଖି 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ

By

Published : Mar 7, 2022, 2:33 PM IST

ସୁବର୍ଣ୍ଣପୁର:ନକଲି ସୁନା ବନ୍ଧକ ଦେଇ ଟଙ୍କା ଠକେଇ । ଜିଲ୍ଲାର ବ୍ୟାଙ୍କ ଅଫ ବରୋଦାରେ ନକଲି ସୁନା ବନ୍ଧକ ରଖି ପ୍ରାୟ 10 ଲକ୍ଷ 69 ହଜାର ଟଙ୍କାର ଠକେଇ ହୋଇଥିବା ସଦର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ବରଗଡ ଋଷିଡା ଗାଁର ହରିଚରଣ ବ୍ୟାଙ୍କ ସୁନାରି ଜୟନାରାୟଣ ମହାଣାଙ୍କ ସହଯୋଗରେ ଠକେଇ କରିଥିବା ବ୍ୟାଙ୍କ ଅଫ ବରୋଦାର ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିଛନ୍ତି ।

ବ୍ୟାଙ୍କ ଅପ ବରୋଦାରେ ନକଲି ସୁନା ବନ୍ଧକ ରଖି 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ

ତେବେ ହରିଚରଣ ଗତ 10 ଜୁନ 2019 ରୁ 20 ମେ 2021 ଭିତରେ ସୁନା ବନ୍ଧକ ଦେଇ 16 ଥର ଟଙ୍କା ନେଇଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ସୁନା ବନ୍ଧକ ଅଡିଟ କରିବା ସମୟରେ ଏହି ଘଟଣା ପଦାକୁ ଆସିଛି । ବ୍ୟାଙ୍କ ଅଡିଟ ଟିମ ନୂତନ ସୁନାରିକୁ ଡାକି ସୁନା ସବୁ ପରଖିବା ସହିତ ସୁନା ବନ୍ଧକ ଦେଇ ନେଇଥିବା ଟଙ୍କାର ଅଡିଟ କରିଥିଲେ । ତେବେ ହରିଚରଣ ଟଙ୍କା ନେବା ଭିତରେ ଦୁଇ ଦୁଇ ଜଣ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଟଙ୍କା ଦେଇଥିବା ସୂଚନା ମିଳିଛି । ଏବେ ବ୍ୟାଙ୍କ କର୍ତ୍ତୃପକ୍ଷ ଏକ ଠକେଇ ମାମଲା ସଦର ଥାନାରେ ରୁଜୁ କରିଥିବା ବେଳେ ଠକେଇର ସବିଶେଷ ବିବରଣୀ ପ୍ରଦାନ କରି ନାହାନ୍ତି ।

ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇ ଏହି ଠକେଇ ମାମଲାର ତଦନ୍ତ କରୁଥିବା ବେଳେ ଏହି ଘଟଣାରେ ବ୍ୟାଙ୍କର ଆଉ କିଏ କିଏ କର୍ମଚାରୀ ସଂପୃକ୍ତ ଅଛନ୍ତି ତାର ଅନୁସନ୍ଧାନ ଜାରି ରଖିଛି । ତେବେ ବାହାର ଜିଲ୍ଲାରୁ ଜଣେ ବ୍ୟକ୍ତି ବ୍ୟାଙ୍କକୁ ଆସି ଟଙ୍କା ଠକେଇ କରି ଫେରାର ମାରିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣି ଶୁଣି ବାହାର ଜିଲ୍ଲାର ଲୋକଙ୍କୁ କିପରି ଏଭଳି ବନ୍ଧକ ଉପରେ ଟଙ୍କା ଋଣ ଦେଇଛନ୍ତି ତାହା ଜନସାଧାରଣ ଭିତରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details