ସୁବର୍ଣ୍ଣପୁର: ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାସ୍କ ତିଆରି କରିବା ପାଇଁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଆବଶ୍ୟକ ବୈଷୟିକ ପରାମର୍ଶ ପ୍ରଦାନ କରିଛନ୍ତି।
କୋରୋନା ପାଇଁ ଜନସାଧାରଣଙ୍କ ଭିତରେ ଭୟ ସୃଷ୍ଟି ହୋଇଥିବାବେଳେ ବଜାରରେ ମାସ୍କର ବେଶ ଚାହିଦା ରହିଛି । ଲୋକେ ବିଭିନ୍ନ ଔଷଧ ଦୋକାନଗୁଡ଼ିକୁ ଯାଇ ମାସ୍କ ଖୋଜୁଛନ୍ତି। ହେଲେ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ମିଳୁ ନଥିବାରୁ ଘରକୁ ନିରାଶ ହୋଇ ଫେରୁଛନ୍ତି।