ଓଡିଶା

odisha

ETV Bharat / state

ଜୁଲମ ଚଳାଇଛନ୍ତି ମାଲିକ, ଶୋଷଣ ଅଭିଯୋଗରେ ଶ୍ରମିକଙ୍କ ବିକ୍ଷୋଭ - ଶୋଷଣ ଅଭିଯୋଗରେ ଶ୍ରମିକଙ୍କ ବିକ୍ଷୋଭ

ଶ୍ରମିକ ପଞ୍ଜିକରଣରେ ବ୍ୟାପକ ଦୁର୍ନୀତି ଓ ନୂତନ ଶ୍ରମ ମଜୁରୀ ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଅଧିକ ଖବର ପଢନ୍ତୁ...

ଜୁଲମ ଚଳାଇଛନ୍ତି ମାଲିକ,ଶୋଷଣ ଅଭିଯୋଗରେ ଶ୍ରମିକଙ୍କ ବିକ୍ଷୋଭ

By

Published : Nov 25, 2019, 2:02 PM IST

ସୁବର୍ଣ୍ଣପୁର: ଶ୍ରମିକ ପଞ୍ଜିକରଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ଏନେଇ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ ସଙ୍ଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ ଓ ଶ୍ରମିକ ନେତା ଆନନ୍ଦ ବାରିକଙ୍କ ନେତୃତ୍ବରେ ଶହ ଶହ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଜୁଲମ ଚଳାଇଛନ୍ତି ମାଲିକ,ଶୋଷଣ ଅଭିଯୋଗରେ ଶ୍ରମିକଙ୍କ ବିକ୍ଷୋଭ

ସ୍ଥାନୀୟ ଟାଉନ ହଲଠାରୁ ଏକ ବିରାଟ ଶୋଭାଯାତ୍ରାରେ ଶ୍ରମିକମାନେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶ୍ରମିକମାନେ ନିଜର ଦାବୀ ଉପସ୍ଥାପନ କରିଛନ୍ତି। ସୂଚନା ଅନୁସାରେ, ଶ୍ରମିକ ପଞ୍ଜିକରଣରେ ବ୍ୟାପକ ଦୁର୍ନୀତି ହେଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ଶ୍ରମିକମାନେ ମାଲିକଙ୍କ ପାଖରେ ଶୋଷଣ ହେଉଥିବା ବେଳେ ନୂତନ ଶ୍ରମ ମଜୁରୀ ଦାବି କରିଛନ୍ତି।


ଶ୍ରମିକଙ୍କ ହାତକୁ ସରକାରୀ କାମ ଯୋଗାଇ ଦେବା ସହିତ ବାହାରୁ ଆସୁଥିବା କୁଶଳୀ ଶ୍ରମିକ ଓ ଦିନ ମଜୁରିଆଙ୍କୁ ଜିଲ୍ଲାରୁ ବାହାର କରିବା ପାଇଁ ଦାବି କରିଛନ୍ତି। ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ ତିଆରି କରିଥିବା ଯୋଜନା ଗୁଡ଼ିକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ଦରକାର। ଶ୍ରମିକମାନଙ୍କ ପଞ୍ଜିକରଣରେ ସ୍ଵଛତା ଆଣିବା ସହିତ ତୁରନ୍ତ ଦାବି ସବୁ ପୂରଣ କରିବା ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details