ଓଡିଶା

odisha

By

Published : Jul 3, 2020, 11:07 PM IST

ETV Bharat / state

ଶ୍ରମିକ ଆଇନ ସଂଶୋଧନ ଦାବି କଲା ବାମପନ୍ଥୀ ଶ୍ରମିକ ସଂଗଠନ

ବାମପନ୍ଥୀ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରମିକ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଶ୍ରମିକମାନେ ସାତ ଦଫା ଦାବି ପୂରଣ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଶ୍ରମିକ ଆଇନ ସଂଶୋଧନ ଦାବି କଲା ବାମପନ୍ଥୀ ଶ୍ରମିକ ସଂଗଠନ
ଶ୍ରମିକ ଆଇନ ସଂଶୋଧନ ଦାବି କଲା ବାମପନ୍ଥୀ ଶ୍ରମିକ ସଂଗଠନ

ସୁବର୍ଣ୍ଣପୁର: ବାମପନ୍ଥୀ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରମିକ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଶ୍ରମିକମାନେ ସାତ ଦଫା ଦାବି ପୂରଣ ପାଇଁ ଦାବି କରିଛନ୍ତି ।

ଶ୍ରମିକ ଆଇନ ସଂଶୋଧନ ଦାବି କଲା ବାମପନ୍ଥୀ ଶ୍ରମିକ ସଂଗଠନ

ସଂଗଠନ ଗୁଡ଼ିକ ପକ୍ଷରୁ ଶ୍ରମ ଆଇନରେ ସଂଶୋଧନ ଓ ଶ୍ରମ ବୋର୍ଡ ବାତିଲ, ଆୟକର ଅନ୍ତର୍ଭୁକ୍ତ ନ ଥିବା ପରିବାରମାନଙ୍କୁ ମାସିକ 7 ହଜାର 500 ଟଙ୍କା ଆର୍ଥିକ ସହାୟତା ପ୍ରଦାନ, ଦୈନିକ କାର୍ଯ୍ୟ 8 ରୁ 12 ଘଣ୍ଟା ନିର୍ଦେଶ ବାତିଲ, ପ୍ରବାସୀ ଶ୍ରମିକଙ୍କୁ 200 ଦିନର କାର୍ଯ୍ୟ ଯୋଗାଇବା ଓ ଦୈନିକ ମଜୁରୀ 600 ଟଙ୍କାକୁ ବୃଦ୍ଧି ଆଦି ଦାବି ପୂରଣ ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରମିକଙ୍କ ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଡେପୁଟି କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details