ଓଡିଶା

odisha

ETV Bharat / state

LABOUR DAY: ବାଲାଜୀ ଗଣପତି ସ୍ପିନିଂ ମିଲରେ ମିଳୁନାହିଁ ସରକାରୀ ଧାର୍ଯ୍ୟ ପାରିଶ୍ରମିକ

ଆଜି ଶ୍ରମିକ ଦିବସ । ଏହି ଦିବସରେ ଶ୍ରମିକମାନେ ଶୋଷଣ ହେଉଥିବା ଅଭିଯୋଗ ହୋଇଛି । ଶ୍ରମିକ ଶୋଷଣରୁ କଂପାନୀ କର୍ତ୍ତୃପକ୍ଷ ନିବୃତ୍ତ ରହିବା ସହିତ ଉଚିତ ପାରିଶ୍ରମିକ ଦେବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଶ୍ରମିକ ଦିବସ: ବାଲାଜୀ ଗଣପତି ସ୍ପିନିଂ ମିଲରେ ମିଳୁନାହିଁ ସରକାରୀ ଧାର୍ଯ୍ୟ ପାରିଶ୍ରମିକ
ଶ୍ରମିକ ଦିବସ: ବାଲାଜୀ ଗଣପତି ସ୍ପିନିଂ ମିଲରେ ମିଳୁନାହିଁ ସରକାରୀ ଧାର୍ଯ୍ୟ ପାରିଶ୍ରମିକ

By

Published : May 1, 2022, 4:42 PM IST

ସୁବର୍ଣ୍ଣପୁର: ଆଜି ଶ୍ରମିକ ଦିବସ । ଏହି ଦିବସରେ ଶ୍ରମିକମାନେ ଶୋଷଣ ହେଉଥିବା ଅଭିଯୋଗ ହୋଇଛି । ଶ୍ରମିକ ଶୋଷଣରୁ କଂପାନୀ କର୍ତ୍ତୃପକ୍ଷ ନିବୃତ୍ତ ରହିବା ସହିତ ଉଚିତ ପାରିଶ୍ରମିକ ଦେବା ପାଇଁ ଦାବି କରିଛନ୍ତି ବାଲାଜୀ ଗଣପତି ସ୍ପିନିଂ ମିଲର କର୍ମଚାରୀ ।

ଶ୍ରମିକ ଦିବସ: ବାଲାଜୀ ଗଣପତି ସ୍ପିନିଂ ମିଲରେ ମିଳୁନାହିଁ ସରକାରୀ ଧାର୍ଯ୍ୟ ପାରିଶ୍ରମିକ

ମାଲିକମାନେ ଶ୍ରମିକ ଅଧିକାରକୁ ସମ୍ନାନ ଦେବା ସହିତ କୁଶଳ, ଅଣ କୁଶଳୀ ଶ୍ରମିକଙ୍କୁ ପ୍ରାୟ 40 ଟଙ୍କା କମ ପାରିଶ୍ରମିକ ମିଳୁଥିବା ଶ୍ରମିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ବାଲାଜି ଗଣପତି ସୂତାକଳ ପରିଚାଳନା ପରିଷଦ ଉପରେ ଉଚିତ ପାରଶ୍ରମିକ ପାଇଁ ଚାପ ସୃଷ୍ଟି କରାଯିବ ବୋଲି ଶ୍ରମିକ ସଂଘ ସଭାପତି ସୂଚନା ଦେଇଛନ୍ତି । ଜିଲ୍ଲାର ଏକମାତ୍ର ଶିଳ୍ପ ବାଲାଜୀ ଗଣପତି ସ୍ପିନିଂ ମିଲ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହିତ ଅଧିକରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ ଶ୍ରମିକ ସଂଘ ଦାବି କରିଛି ।

ବିଗତଦିନରେ ପ୍ରାୟ 1200 ଶ୍ରମିକ ଓ 300ରୁ ଅଧିକ କର୍ମଚାରୀ ଏହି ସୂତାକଳରେ କାମ କରୁଥିଲେ । ହେଲେ ସୂତାକଳ ଘରୋଇ କରଣ କରିବା ପରେ ଅନେକ ସମୟରେ ଏହା ବନ୍ଦ ରହୁଛି । ଭୟଙ୍କର କୋରୋନା ସମୟରେ ପ୍ରାୟ ଦେଢ ବର୍ଷ ଧରି ବନ୍ଦ ହୋଇ ପଡିଥିବା ସୂତାକଳ ପୁଣି କାର୍ଯ୍ୟକ୍ଷମ ହୋଇଥିଲେ ବି ହାତଗଣତି ଶ୍ରମିକ ଓ କର୍ମଚାରୀଙ୍କୁ ନେଇ ସୂତାକଳ ଚାଲିଥିବା ଅଭିଯୋଗ ହେଉଛି । ଆଜି ଶ୍ରମିକ ଦିବସ ଅବସରରେ ଶ୍ରମିକ ସଂଘର ନୂତନ କାର୍ଯ୍ୟକର୍ତାଙ୍କ ମନୋନୀତ କରାଯାଇଥିବାବେଳେ ସଂଘର ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଶ୍ରମିକ ସଂଘ ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details