ସୁବର୍ଣ୍ଣପୁର:ମେ ପହିଲାକୁ ସାରା ବିଶ୍ବର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥାନ୍ତି । ଶ୍ରମିକ ଦିବସ ଅବସରରେ ଶ୍ରମିକମାନେ ନିଜର ଦାବି ଉପସ୍ଥାପନ କରିବେ । ଶ୍ରମିକ ଶୋଷଣରୁ କମ୍ପାନୀ କର୍ତ୍ତୃପକ୍ଷ ନିବୃତ୍ତ ରହିବା ସହିତ ଶ୍ରମିକ ଅଧିକାରକୁ ସମ୍ନାନ ଦେବା ପାଇଁ ସଂଘ ପକ୍ଷରୁ ଚାପ ସୃଷ୍ଟି କରାଯିବ ବୋଲି ଶ୍ରମିକ ସଂଘ ସଭାପତି ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଶିଳ୍ପ ବାଲାଜୀ ଗଣପତି ସ୍ପିନିଂ ମିଲ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହିତ ଅଧିକରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ ସଂଘ ବୈଠକରେ ନିଷ୍ପତ୍ତି ହୋଇଛି । ଦିନ ଥିଲା ପ୍ରାୟ 1200 ଶ୍ରମିକ ଓ 300ରୁ ଅଧିକ କର୍ମଚାରୀ ଏହି ସୂତାକଳରେ କାମ କରୁଥିଲେ । ହେଲେ ସୂତାକଳ ଘରୋଇ କରଣ କରିବା ପରେ ଅନେକ ସମୟରେ ବନ୍ଦ ରହୁଛି ।