ଓଡିଶା

odisha

ETV Bharat / state

କୋଶଳୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦାବି କରି ଆନ୍ଦୋଳନ

ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୋଶଳୀ ଭାଷାକୁ ସାମିଲ କରିବା ପାଇଁ କୋଶଳୀ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ । ଶତାଧିକ କୋଶଳୀ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

By

Published : Nov 10, 2019, 2:44 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ତରଭା କୋଶଳୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭାଷା ଆନ୍ଦୋଳନ । କୋଶଳୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦାବି କରି ଓ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୋଶଳୀ ଭାଷାକୁ ସାମିଲ କରିବା ପାଇଁ ଆନ୍ଦୋଳନ ଆରମ୍ଭ କରାଯାଇଛି ।

ସୁବର୍ଣ୍ଣପୁର ସହରର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଆନ୍ଦୋଳନକାରୀ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ କୋଶଳୀ ଭାଷାର ସ୍ଲୋଗାନ ଦେଇ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିଛନ୍ତି । ପୂର୍ବରୁ ଅନେକ ଥର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୋଶଳୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦେବା ପାଇଁ ଦାବି କରାଯାଇଛି । କୋଶଳୀ କ୍ରିୟାନୁଷ୍ଠାନ କମିଟିର ସଭାପତି ଦେବେନ୍ଦ୍ର ନାୟକଙ୍କ ନେତୃତ୍ବରେ ଶତାଧିକ କୋଶଳୀ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

କୋଶଳୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୋଶଳୀ ଭାଷା ସାହିତ୍ୟ ଉପରେ ଅନେକ ପୁସ୍ତକ ପ୍ରକାଶ କରିବା ସହିତ ଆନ୍ଦୋଳନକୁ ବ୍ୟାପକ କରାଯାଇଛି । କୋଶଳୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ନ ଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details