ସୁବର୍ଣ୍ଣପୁର: ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସଂକରା ଗାଁରେ ହୋଇଥିବା ଏକ ଅପହରଣ ମାମଲାର ଖୁଲାସା କରିବାରେ ପୋଲିସ ସଫଳତା ପାଇଛି । ସଂକରା ଗାଁର ଗୋପାଳଜୀ ମଠ ମହନ୍ତ ତନ୍ମୟ ଦାସଙ୍କୁ ସଂକରା ଓ ଫୁଲମୁଠି ଗାଁର 4 ଜଣ ଯୁବକ ଅପହରଣ କରିଥିଲେ । ଏହି ଅଭିଯୁକ୍ତମାନଙ୍କୁ ବରପାଲି ଗାଁର ଜଣେ ଯୁବକ ସହଯୋଗ କରିଥିଲେ ।
ସଂକରା ଗାଁ ଅପହରଣ ମାମଲାର ଖୁଲାସା: 5 ଅଭିଯୁକ୍ତ ଗିରଫ ପୂର୍ବରୁ ମଠରେ ଚୋରି ହୋଇଥିବାରୁ ମଠ ମହନ୍ତ ବିନିକା ଥାନାରେ ଏକ ଅଭିଯୋଗ କରିଥିଲେ । ଗାଁର ଶମ୍ଭୁପ୍ରସାଦ ହୋତା ଓ ଓଁମ ପ୍ରକାଶ ପ୍ରଧାନ ଏହି ଚୋରିରେ ସାମିଲ ହୋଇଥିବା ଅଭିଯୋଗ ହୋଇଥିଲା ।
ଫଳରେ 2 ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ମଠ ମହନ୍ତଙ୍କୁ ଅପହରଣ କରି ଶାରୀରିକ ନିର୍ଯାତନା ଦେବା ସହିତ ଜଙ୍ଗଲରେ ଦିନେ ଓ ବରପାଲିରେ ଦିନେ ରଖିଥିଲେ । ଏସପିଙ୍କ ନେତୃତ୍ବରେ ଏକ ଦଳ ଗଠନ କରି ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଦୁଇଟି ବାଇକ ଓ ପାଞ୍ଚୋଟି ମୋବାଇଲ ଜବତ କରିଛି। ମଙ୍ଗଳବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ