ସୁବର୍ଣ୍ଣପୁର:ଚଳିତ ବର୍ଷ ସହରର ମଝିପଡା ରାମଧୂନ କ୍ଲବ ପକ୍ଷରୁ 55 ତମ କାଳୀପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି । କ୍ଲବ ପକ୍ଷରୁ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମିଳିତ ଭାବେ ପୂଜାର ଆୟୋଜନ କରୁଛନ୍ତି । ଏହାକୁ ନେଇ ଆଜି ପୂଜା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । କେବଳ ହିନ୍ଦୁ ନୁହେଁ ମଝିପଡାରେ ବସବାସ କରୁଥିବା ମୁସଲମାନ ସଂପ୍ରଦାୟର ଲୋକେ ବେଶ ଉତ୍ସାହର ସହିତ ଏହି ପୂଜାରେ ସାମିଲ ହୋଇଥାନ୍ତି । ମୁସଲମାନ ଶ୍ରଦ୍ଧାଳୁମାନେ ଦେବୀମାଙ୍କ ପୂଜା ଆରାଧନା କରିବା ସହିତ ପୂଜାକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥାଆନ୍ତି ।
ଆସନ୍ତାକାଲି ଦୀପାବଳି ସଂଧ୍ୟାରେ ଦେବୀ ମା' କାଳୀଙ୍କ ପୂଜା ଆରାଧନା ପାଇଁ ଅଧିବାସ କାର୍ଯ୍ୟ ହେବାକୁ ଥିବାବେଳେ ମଧ୍ୟରାତ୍ରରୁ ଦେବୀମାଙ୍କୁ ଆବାହନ କରାଯିବ । ଲଗ୍ନ ଅନୁଯାୟୀ ପୂଜା ଆରାଧନା କରିବା ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାର୍ତ୍ତିକ ଅମାବାସ୍ୟା ତିଥିରୁ ଆରମ୍ଭ କରି ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦେବୀ ମା' ମଝିପଡ଼ା କାଳୀ ମଣ୍ଡପରେ ଅବସ୍ଥାନ କରିବେ । ମାର୍ଗଶୀର ମାସ କୃଷ୍ଣ ପ୍ରତିପଦ ତିଥିରେ ।
ଏହା ମଧ୍ୟ ପଢନ୍ତୁ ....Bhadrak Kali Puja: ରାତି ପାହିଲେ କାଳୀ ପୂଜା, ଉତ୍ସବମୁଖର ଭଦ୍ରକ
ମଝିପଡ଼ାର ଏହି କାଳୀପୂଜାକୁ ଆକର୍ଷଣୀୟ କରିବା ସହିତ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନା କରାଯିବ ବେଲି ସୂଚନା ମିଳିଛି । ଏହି ଆଧ୍ୟାତ୍ମିକ ପରିବେଶରେ ଆସନ୍ତାକାଲି ସଂଧ୍ୟାରୁ ପୂର୍ଣ୍ଣମା ଯାଏଁ ଲଗାତର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରାଯାଇଛି । ତେବେ ସାଂପ୍ରଦାୟିକ ସଦଭାବ ଓ ଭାତୃତ୍ୱ ଭାବର ଉଦାହରଣ ସ୍ୱରୂପ ଏହି ପର୍ବଲ ପାଳନ କରାଯାଏ । ଆଜକୁ ପ୍ରାୟ 55 ବର୍ଷ ଧରି ଦେବୀ ମା' କାଳୀଙ୍କ ପୂଜା ଆରାଧନା କରିଇ ଆସୁଛି ଏହି ପୂଜା ମଣ୍ଡପ ।