ଓଡିଶା

odisha

ETV Bharat / state

State Ranking ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ - subernapur sports news

ସୁବର୍ଣ୍ଣପୁର ଇନଡୋର୍‌ ଷ୍ଟାଡିୟମରେ 19 ବର୍ଷରୁ କମ୍ ଷ୍ଟେଟ୍‌ ରାଙ୍କିଙ୍ଗ୍‌ (state ranking ) ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ-2021 ଉଦଘାଟିତ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ 100ରୁ ଅଧିକ ଖେଳାଳି ଏହି ଟୁର୍ନାମେଣ୍ଟରେ ସାମିଲ । ଅଧିକ ପଢନ୍ତୁ

U-19 State Ranking Badminton Tournament inagurated
ସୁବର୍ଣ୍ଣପୁର ଇନଡୋର୍‌ ଷ୍ଟାଡିୟମରେ ଷ୍ଟେଟ୍‌ ରାଙ୍କିଙ୍ଗ୍‌ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ

By

Published : Dec 3, 2021, 4:08 PM IST

ସୁବର୍ଣ୍ଣପୁର: ସହରର ଇନଡୋର୍‌ ଷ୍ଟାଡିୟମରେ 19 ବର୍ଷରୁ କମ୍ ଷ୍ଟେଟ୍‌ ରାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ-2021 (Subarnpur Badminton Tournament ) ଉଦଘାଟିତ ହୋଇଯାଇଛି । ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମଣ୍ଟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଛନ୍ତି ।

ସୁବର୍ଣ୍ଣପୁର ଇନଡୋର୍‌ ଷ୍ଟାଡିୟମରେ ଷ୍ଟେଟ୍‌ ରାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ

ସମ୍ବଲପୁର COVID ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି । ଆସୋସିଏସନ ପକ୍ଷରୁ କୋରୋନା ଯୋଦ୍ଧାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ 19 ବର୍ଷରୁ କମ ବୟସର ଉଭୟ ବାଳକ ଓ ବାଳିକା ଅଂଶଗ୍ରହଣ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Niramaya Yojana: ମିଳୁନି ମାଗଣା ଔଷଧ, ରୋଗୀ ହନ୍ତସନ୍ତ

ରାଜ୍ୟର ବିଭିନ୍ନ ଜିଲ୍ଲାରୁ 100ରୁ ଅଧିକ ଖେଳାଳି ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟାରେ ସହରର କ୍ରୀଡାପ୍ରେମୀ ଓ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ସହରରେ ଇନଡୋର ଷ୍ଟାଡିୟମ କାର୍ଯ୍ୟକ୍ଷମ କରାଯିବା ପରେ ପ୍ରଥମ ଥର ପାଇଁ ଏଭଳି ମେଗା ଇଭେଣ୍ଟର ଆୟୋଜନ କରାଯାଇଛି । ଆଗକୁ ଆହୁରି ମେଗା ଇଭେଣ୍ଟ ଗୁଡିକ ଆୟୋଜନ କରାଯିବ ବୋଲି ଆୟୋଜକ ମଣ୍ଡଳି ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details