ସୁବର୍ଣ୍ଣପୁର: ଜିଲ୍ଲା ବିନିକା ସାମ୍ବାଦିକ ସଙ୍ଘ ପକ୍ଷରୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ତୀଵ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ଜିଲ୍ଲାର ସାମ୍ବାଦିକ ଅନ୍ତିମ ପାଣିଗ୍ରାହୀଙ୍କୁ ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତର ମହିଳା ସରପଞ୍ଚ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଗତ 16 ତାରିଖରେ ଖବର ସଂଗ୍ରହ କରୁଥିବା ବେଳେ ସରପଞ୍ଚ, ତାଙ୍କ ସ୍ୱାମୀ ଓ ସମର୍ଥକ ମାନେ ଗାଳି ଗୁଳଜ କରିବା ସହିତ ଆକ୍ରମଣ କରିଥିବା ଅନ୍ତିମ ଅଭିଯୋଗ କରିଛନ୍ତି ।
ଆଜି ବିନିକା ସାମ୍ବାଦିକ ସଂଘ ପକ୍ଷରୁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ପୋଲିସ ବିଭାଗ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଖବର ସଂଗ୍ରହ କରିବା ବେଳେ ସହଯୋଗ କରିବା ପାଇଁ ଦାବି କରିଛନ୍ତି ।