ଓଡିଶା

odisha

ETV Bharat / state

ଅଷ୍ଟବିଷ୍ଣୁଙ୍କ ସହର ପାଳିଲା ଜନ୍ମାଷ୍ଟମୀ - ନନ୍ଦୋତ୍ସବ

ଜନ୍ମାଷ୍ଟମୀ ନେଇ ସୋନପୁର ଗଡଜାତର ରାଜପ୍ରାସାଦ ନିକଟସ୍ଥ ଶ୍ରୀ ଗୋପାଳଜୀ ମନ୍ଦିର ସମେତ ସହରରେ ଥିବା ସମସ୍ତ 8ଟି ବିଷ୍ଣୁ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 23, 2019, 4:21 PM IST

ସୁବର୍ଣପୁର: ଅଷ୍ଟବିଷ୍ଣୁଙ୍କ ସହର ସୁବର୍ଣ୍ଣପୁରରେ ଆଜି ମହାସମାରୋହରେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମୋତ୍ସବ । ଏନେଇ ସୋନପୁର ଗଡଜାତର ରାଜପ୍ରାସାଦ ନିକଟସ୍ଥ ଶ୍ରୀ ଗୋପାଳଜୀ ମନ୍ଦିର ସମେତ ସହରରେ ଥିବା ସମସ୍ତ 8ଟି ବିଷ୍ଣୁ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ମନ୍ଦିର ପ୍ରାଙ୍ଗଣ ଗୁଡିକରେ ଜନ୍ମାଷ୍ଟମୀ ପାଇଁ ବ୍ୟାପକ ଆୟୋଜନ କରାଯିବା ସହ ଶ୍ରୀ ହରିବଂଶ ପାରାୟଣ ଶୁଣିବା ପାଇଁ ବ୍ରତଧାରୀଙ୍କର ସମାଗମ ହୋଇଛି । ବିଶେଷକରି ସିନ୍ଦୁରପୁରର ଶ୍ରୀ ଗୋପାଳଜୀ ମନ୍ଦିର, ବୀରମହାରାଜପୁର ଉପଖଣ୍ଡର ଶ୍ୟାମସୁନ୍ଦର କୁଞ୍ଜ କୁଟୀର ତଥା ସହରର ଗୋପୀନାଥ ମନ୍ଦିର, ନୃସିଂହ ମନ୍ଦିର ଆଦିରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାଆଡମ୍ବରରେ ପାଳନ କରାଯାଉଛି ।

ସଂଧ୍ୟାରେ ଅନେକ ବିଷ୍ଣୁ ମନ୍ଦିରରେ ହରିବଂଶ ପାଠରେ ଶ୍ରୀକୃଷ୍ଣ ଜନ୍ମ ପାଳନ ହେବା ସହିତ ବିଭିନ୍ନ ଯାଗାରେ ଶ୍ରୀକୃଷ୍ଣ ଜନ୍ମର ନାଟ୍ୟାଭିନୟ ପାଇଁ ଆୟୋଜନ କରାଯାଇଛି । ପରମ୍ପରା ଅନୁଯାୟୀ ଆସନ୍ତାକାଲି ନନ୍ଦୋତ୍ସବ ପରେ ସୋନପୁର ଗଡଜାତର ପ୍ରଜାମାନଙ୍କ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ମହାସଭା ବସି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଣ୍ଣୟ କରାଯିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details