ଓଡିଶା

odisha

ETV Bharat / state

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଆନ୍ଦୋଳନରେ ଜାଗୃତି ମହିଳା ସଙ୍ଗଠନ - ଅଘୋଷିତ ବିଦ୍ୟୁତ କାଟ

ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ମହିଳା । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଜାଗୃତି ମହିଳା ସଂଗଠନ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ।

ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

By

Published : Aug 3, 2019, 9:42 PM IST

ସୁବର୍ଣ୍ଣପୁର: ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ମହିଳା । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଜାଗୃତି ମହିଳା ସଂଗଠନ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ସହରରେ ଦୀର୍ଘ ଦିନରୁ ଲାଗି ରହିଥିବା ବିଦ୍ୟୁତ ସମସ୍ୟା ସହିତ ମୌଳିକ ସମସ୍ୟା ସମାଧାନ ଦାବିରେ ମହିଳା ମାନେ ଏହି ଆନ୍ଦୋଳନ କରିଛନ୍ତି ।

ମହିଳା ସଂଗଠନର ସଭାନେତ୍ରୀ ରୁନୁ ସାହୁଙ୍କ ନେତୃତ୍ବରେ ସହରର ହାଟପଦା ପଡାରୁ ଶତାଧିକ ମହିଳା ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଖବର ଅନୁଯାୟୀ, ସହରରେ ଅଘୋଷିତ ବିଦ୍ୟୁତ କାଟ୍ , ଲୋ ଭୋଲଟେଜ ତଥା ସହରର ବିଭିନ୍ନ ଯାଗାରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଖୋଲା ବିଦ୍ୟୁତ ତାର ଓ ଖୁମ୍ବ ଆଦିର ମରାମତି କରିବା ସହିତ ଅବିରତ ବିଦ୍ୟୁତ ସରବରାହ ପ୍ରଦାନ ଦାବିରେ ଏହି ଆନ୍ଦୋଳନ କରିଛନ୍ତି ।

ଏହା ସହିତ ତରଭା ସହରର ଡାକ୍ତରଖାନାରେ ଖାଲି ପଡିଥିବା ସ୍ବାସ୍ଥ୍ୟ କର୍ମୀ ,ଷ୍ଟାଫ ନର୍ସ ଓ ଡାକ୍ତର ପଦବୀ ପୂରଣ ପାଇଁ ଦାବି କରିଛନ୍ତି । ସହରର ପ୍ରତିଟି ୱାର୍ଡର ପ୍ରତିଟି ପରିବାରକୁ ପିଇବା ପାଣି ଯୋଗାଇ ଦେବା ପାଇଁ ଆବଶ୍ୟକ ଭିତ୍ତିଭୂମୀର ବିକାଶ କରିବା ପାଇଁ ଦାବି କରିଛନ୍ତି ।

ସହରର ଏକମାତ୍ର ଡିଗ୍ରୀ ମହାବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମୀ ସୁଦୃଢ କରିବା ସହିତ ଖାଲି ପଡିଥିବା ପଦ ପଦବୀ ପୂରଣ ପାଇଁ ଆବଶ୍ୟକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଦାବି କରିଛନ୍ତି। ଦାବି ପୂରଣ ପାଇଁ ଜାଗୃତି ମହିଳା ସଂଗଠନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details