ଓଡିଶା

odisha

ETV Bharat / state

କୋରୋନା କୋପ; ଅନିଶ୍ଚିତତାରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ - ନୂଆଁଖାଇ-2020

ଆସୁଛି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ । ସୋନପୁର ଗଡଜାତବାସୀ ନବାନ୍ନ ପାଳନ ନେଇ ଲଗ୍ନ ଧାର୍ଯ୍ୟ କରିଛନ୍ତି । ହେଲେ ସେପଟେ, ପ୍ରଶାସନ ପକ୍ଷରୁ ନୂଆଁଖାଇକୁ ଅନୁମିତ ମିଳିନାହିଁ । ଅଧିକ ପଢନ୍ତୁ...

ଅନିଶ୍ଚିଚତାରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ
ଅନିଶ୍ଚିଚତାରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

By

Published : Aug 15, 2020, 7:35 AM IST

Updated : Aug 15, 2020, 10:24 AM IST

ସୁବର୍ଣ୍ଣପୁର: ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ପ୍ରତିବର୍ଷ ପରି ଏଥର ମଧ୍ୟ ସୋନପୁର ଗଡଜାତବାସୀ ନବାନ୍ନ ପାଳନ କରିବେ । ଏଥିପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଭାଦ୍ରବ ଋଷି ପଞ୍ଚମୀ ଶୁକ୍ଲପକ୍ଷ ତୁଳା ଲଗ୍ନ ନବାଂଶରେ ସକାଳ ଅମୃତ ଲଗ୍ନ 9 ଘଣ୍ଟା 30 ମିନିଟରୁ 9 ଘଣ୍ଟା 44 ମିନିଟ ମଧ୍ୟରେ ନବାନ୍ନ ସମର୍ପଣ ଓ ଭକ୍ଷଣ ପାଇଁ ପଣ୍ଡିତମାନେ ଲଗ୍ନ ସ୍ଥିର କରିଛନ୍ତି । ଆଗାମୀ 23 ତାରିଖ ରବିବାର ଦିନ ଆନନ୍ଦ ଉଲ୍ଲାସର ସହିତ ସୋନପୁର ଗଡଜାତବାସୀ ନବନ୍ନା ପାଳନ କରିବେ। ହେଲେ ଏଥର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଁଖାଇ ପାଇଁ ଏଯାଏଁ ଅନୁମତି ମିଳିନାହିଁ।

କୋରୋନା କୋପ; ଅନିଶ୍ଚିତତାରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

କିଛି ସ୍ବେଚ୍ଛାସେବୀଙ୍କ ପ୍ରୟାସରେ ସୋନପୁର ଗଡଜାତ ପାଇଁ ଲଗ୍ନ ସ୍ଥିର କରାଯାଇଛି। ଏଥିସହ ରାଜରାଜୁଡା ଅମଳରୁ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ପାଖକୁ ସମଲେଶ୍ବରୀ ମନ୍ଦିରରୁ ପାହୁର୍ ଭୋଗ ଯିବାକୁ ମଧ୍ୟ ଲଗ୍ନ ସ୍ଥିର ହୋଇଛି । ଗଡଜାତର ଲୋକଦେବୀ ସୁରେଶ୍ବରୀଙ୍କ ନାମରେ ଗଣନା କରି ଏହି ନବାନ୍ନ ଲଗ୍ନ ସ୍ଥିର ହୋଇଛି ।ହେଲେ ପ୍ରଶାସନ ପକ୍ଷରୁ ଦେବଦେବୀଙ୍କ ପୂଜା ଆରାଧନା ଓ ପାହୁର ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇ ନାହାନ୍ତି। ଫଳରେ ଦେବୀ ପୀଠ ଗୁଡ଼ିକରେ ନବାନ୍ନ ସମର୍ପଣ ପାଇଁ କୌଣସି ବ୍ୟବସ୍ଥା ଏଯାଏଁ କରାଯାଇ ପାରିନାହିଁ। ତେବେ ଏ ସମ୍ପର୍କରେ ଆଗକୁ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଥିବା ବେଳେ ଗଡଜାତବାସୀ ନୂଆଁଖାଇ ପାଳନକୁ ନେଇ ଅନିଶ୍ଚିତତା ଭିତରେ ଅଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Aug 15, 2020, 10:24 AM IST

ABOUT THE AUTHOR

...view details