ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, 17 ଜଣଙ୍କ ନାମରେ ମାମଲା ରୁଜୁ - ସୁବର୍ଣ୍ଣପୁରରେ ପିଏମଏୱାଇରେ ଅନିୟମିତତା

ସ୍ଥାନୀୟ ବିନିକା ବ୍ଳକରେ ପଦାରେ ପଡିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି । ବ୍ଳକ ଅଧିକାରୀଙ୍କ ନାଁରେ ଡ୍ରାଫ୍ଟ ଚାର୍ଜ କରାଯାଇଥିବାବେଳେ 5 ଜଣ ସରକାରୀ କର୍ମଚାରୀ ଓ 12 ଜଣ ହିତାଧିକାରୀଙ୍କ ନାଁରେ ବିନିକା ଥାନାରେ ମାମଲା ରୁଜୁ କରାଯାଇଛି ।

Irregularity in pradhanmantri abas scheme, subarnapur latest news, Irregularity in PMAY in subarnapur, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରରେ ପିଏମଏୱାଇରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, 17 ଜଣଙ୍କ ନାମରେ ମାମଲା ରୁଜୁ

By

Published : Mar 2, 2020, 12:58 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକରେ ପଦାରେ ପଡିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି । ବ୍ଳକ ଅଧିକାରୀଙ୍କ ନାଁରେ ଡ୍ରାଫ୍ଟ ଚାର୍ଜ କରାଯାଇଥିବାବେଳେ 5 ଜଣ ସରକାରୀ କର୍ମଚାରୀ ଓ 12 ଜଣ ହିତାଧିକାରୀଙ୍କ ନାଁରେ ବିନିକା ଥାନାରେ ମାମଲା ରୁଜୁ କରାଯାଇଛି । ବ୍ଳକର ଜୁଲୁଣ୍ଡା, ଭଣ୍ଡାର, ବାଉଁଶୁଣୀ ଓ ସିଂହିଯୁବା ପଞ୍ଚାୟତର 12 ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବେଆଇନ ଭାବେ ସରକାରୀ ନୀତି ନିୟମ ଉଲଂଘନ କରି ଆବାସ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, 17 ଜଣଙ୍କ ନାମରେ ମାମଲା ରୁଜୁ

ଏନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପାଖରେ ଅଭିଯୋଗ ହୋଇଥିଲା । ଏହି ଯୋଜନାରେ ବ୍ୟାପକ ପିସି କାରବାର ହୋଇଥିବା ସହିତ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଇଥିଲା । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରଶାସନର ଅଗୋଚରରେ ଏକ ସ୍ବତନ୍ତ୍ର ଦଳ 4ଟି ପଞ୍ଚାୟତକୁ ପରିଦର୍ଶନରେ ଯାଇ ଅନିୟମିତତା ହୋଇଥିବା ପ୍ରମାଣ ପାଇଥିଲେ । ଅନୁସନ୍ଧାନକାରୀ ଦଳ ବିନିକା ବିଡିଓଙ୍କୁ 5 ଜଣ ସରକାରୀ କର୍ମଚାରୀ ଓ 12 ଜଣ ହିତାଧିକାରୀଙ୍କ ନାଁରେ ଥାନାରେ ଲିଖିତ ଏତଲା ପାଇଁ ନିର୍ଦ୍ଦେଶ ଦେଇଥିଲ ।

ତେବେ ବିଡିଓ ଏହି ଅନିୟମିତତାର ଅନୁସନ୍ଧାନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଏତଲା ଦେଇଛନ୍ତି । ଏଥିସହ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାଏଁ କେହି ଗିରଫ ହୋଇ ନାହାଁନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details