ଓଡିଶା

odisha

ETV Bharat / state

ପ୍ରେମିକା ପାଖକୁ ଯାଇଥିଲେ, ପତ୍ନୀ ଧରି ଫେରିଲେ - ବୀରମହାରାଜପୁର

ପ୍ରେମିକାକୁ ଦେଖା କରିବାକୁ ଯାଇ ଫସିଲେ ପ୍ରେମିକ, ଗ୍ରାମଦେବୀଙ୍କ ନିକଟରେ ବାହା କଲେ ଗାଁଲୋକ ।

subarnpura
ଫଟୋ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Nov 26, 2019, 1:16 PM IST

ସୁବର୍ଣ୍ଣପୁର: ବୀରମହାରାଜପୁର ବ୍ଲକର କେଞ୍ଝରିଆପାଲି ଗ୍ରାମରେ ଦେଖିବାକୁ ମିଳିଛି ଏକ କୌତୁହଳ ଘଟଣା । ଗତ ସୋମବାର ରାତିରେ ପ୍ରେମିକ ରବିନ୍ଦ୍ର ପ୍ରେମିକା ସନ୍ତୋଷିନୀଙ୍କୁ ଦେଖା କରିବାକୁ ଯାଇଥିବାବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଥିଲେ । ପରେ ଗାଁ ଲୋକେ ସଙ୍ଗେ ସଙ୍ଗେ ଗ୍ରାମସଭା ଡକାଇ ଉଭୟଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ଗ୍ରାମ ଦେବତୀଙ୍କ ଆଗରେ ଉଭୟେ ଉଭୟଙ୍କୁ ବରଣ ମାଳା ଦେଇ ବିବାହ କରିଛନ୍ତି।

ପ୍ରେମିକା ପାଖକୁ ଯାଇଥିଲେ, ପତ୍ନୀ ଧପ୍ରେମିକା ପାଖକୁ ଯାଇଥିଲେ, ପତ୍ନୀ ଧରି ଫେରିଲେରି ଫେରିଲେ

ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରେମିକ ଜଣକ ପ୍ରେମିକା ମଥାରେ ସିନ୍ଦୁର ଦେବା ସହିତ ହାତରେ ଚୁଡି ପିନ୍ଧାଇଥିଲେ । ସୂଚନା ଅନୁଯାୟୀ ୬ ମାସ ତଳେ ସନ୍ତୋଷିନୀ ଖେତୀଙ୍କ ସ୍ବାମୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ତାଙ୍କର ୨ ଟି ଶିଶୁ ସୋନପୁରରେ ଏକ ଆଶ୍ରମ ବିଦ୍ୟାଳୟରେ ରହି ପାଠ ମଧ୍ୟ ପଢୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details