ସୁବର୍ଣ୍ଣପୁର: ଅନ୍ଧାର କୋଠରୀ ଭିତରେ 20 ବର୍ଷୀୟ ଯୁବକ । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ପ୍ରିୟାନ୍ସ ମହାକୁଡଙ୍କ କାହାଣୀ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ପାଞ୍ଚ ବର୍ଷ ଅନ୍ଧାର କୋଠରୀ ଭିତରେ ବନ୍ଦୀ ଜୀବନ ବିତୁଛି ।
ଜୀବନର ପନ୍ଦର ବର୍ଷ ସ୍ବାଭାବିକ ଭାବେ ଜୀବନ ଜିଇଁଲେ ହେଲେ ଷୋହଳ ବର୍ଷରେ ପଦାର୍ପଣ କରିବା ପରେ ଧୀରେ ଧୀରେ ମାନସିକ ଅସୁସ୍ଥତା ବଢ଼ିଲା ।15 ବର୍ଷ ଭିତରେ ନିଜ ପରିବାର ଓ ସାଙ୍ଗସାଥି ମେଳରେ ରହି ନିଜେ ମାଟ୍ରିକ ପାସ ବି କଲେ । ଇଚ୍ଛା କରିଥିଲେ ପାଠ ପଢି ମଣିଷମାନଙ୍କ ଭିତରେ ଜଣେ ମଣିଷ ଭାବେ ନିଜକୁ ଗଢିବେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଧିରେ ଧିରେ ପ୍ରିୟାନ୍ସ ମାନସିକ ଭାବେ ଅସୁସ୍ଥ ହୋଇ ପଡିଲେ । ଏବେ ପ୍ରିୟାନ୍ସ ଅନ୍ଧାର କୋଠରୀ ଭିତରେ । ଆଜିକୁ ପାଞ୍ଚ ବର୍ଷ ହେଲା ତାଙ୍କର ମାନସିକ ସୁସ୍ଥତା ହଜି ଯାଇଛି । ପ୍ରଥମେ ଘରୁ ବାହାରି ଏଣେତେଣେ ବୁଲି ବୁଲି ଆଉ ଘରକୁ ଫେରୁ ନ ଥିଲେ । ଧିରେ ଧିରେ ପ୍ରତିଟି ମୁହୂର୍ତ୍ତରେ ତାଙ୍କ ପାଖରେ ହିଂସ୍ରତା ଦେଖିବାକୁ ମିଳିଲା । ଫଳରେ ପରିବାର ଲୋକେ ତାଙ୍କୁ ଏକ ଘର ଭିତରେ ରଖିଛନ୍ତି । ପରିବାରର ଜଣେ ତାଙ୍କୁ ସବୁ ସମୟରେ ଜଗି ରହୁଛନ୍ତି । ଅନେକ ଜାଗାରେ ତାଙ୍କର ଚିକିତ୍ସା କଲେ । ହେଲେ ଅର୍ଥ ଅଭାବରୁ ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ହୋଇ ପାରିଲା ନାହିଁ ।