ଓଡିଶା

odisha

By

Published : Jun 8, 2022, 12:34 PM IST

ETV Bharat / state

ଆସିଲାନି ଆମ୍ବୁଲାନ୍ସ, ଖଟିଆ ପରେ ଡାଲାଗାଡ଼ିରେ ବୁହା ହେଲେ ବୃଦ୍ଧା

ପୁଣି ସାମ୍ନାକୁ ଆସିଲା ବିକାଶର ନଗ୍ନ ଚିତ୍ର । ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଆହତ ବୃଦ୍ଧାଙ୍କୁ ଖଟିଆରେ ବୁହାହୋଇ ଡାଲାଗାଡ଼ି ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

injured women went to hospital on bed in subarnapur
ଆସିଲାନି ଆମ୍ବୁଲାନ୍ସ, ଖଟିଆ ପରେ ଡାଲାଗାଡ଼ିରେ ବୁହାହେଲେ ଆହତ ବୃଦ୍ଧା

ସୁବର୍ଣ୍ଣପୁର: ମୋ ସରକାର ଓ 5ଟି ଭଳି ମେଗା ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ହେଲେ ବିକାଶର ଫଳ ଶୂନ। ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଆହତ ବୃଦ୍ଧାଙ୍କୁ ଖଟିଆରେ ବୁହାହୋଇ ଡାଲାଗାଡ଼ି ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ନିକଟସ୍ଥ ଭଜବଲପୁର ଗ୍ରାମରେ । ଏକ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧା ଗୁରୁତର ଭାବେ ଆହତ ହୋଇଛନ୍ତି ।

ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଆହତ ବୃଦ୍ଧା

ସୂଚନାଯୋଗ୍ୟ, ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଜଣେ ବୃଦ୍ଧା ରାସ୍ତାକଡ଼ରେ ଥିବା ନଳକୂପକୁ ପାଣି ନେଇ ଯାଇଥିବା ବେଳେ ଏକ ଅଜଣା ବାଇକ ଚାଳକ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ଆହତ ବୃଦ୍ଧାଙ୍କ ପରିବାର ଲୋକେ ପ୍ରଥମେ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ପ୍ରାୟ ଏକ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନଥିଲା। ପରେ ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ଅଗ୍ନିଶମ ବିଭାଗର ଗାଡି ବି ପହଞ୍ଚି ପାରି ନଥିଲା । ତେବେ ବୃଦ୍ଧା ମହିଳାଙ୍କୁ ଖଟରେ ଶୁଆଇ ଆଣୁଥିବା ବେଳେ ରାସ୍ତାରେ ଆସୁଥିବା ଏକ ଡାଲାଗାଡି ତାଙ୍କୁ ଡାକ୍ତରଖାନା ଆଣିବାକୁ ରାଜି ହୋଇଥିଲା ।

ଖାଲି ସେତିକି ନୁହେଁ, ଡାକ୍ତରଖାନା ଆଣିବା ପରେ ସେଠାରେ ଷ୍ଟ୍ରେଚର ମିଳିଲା ନାହିଁ । ତେବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆହତ ବୃଦ୍ଧାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ଜାରି ହୋଇଥିବା ଆମ୍ବୁଲାନ୍ସ ସେବା ତୃଣମୂଳ ସ୍ତରକୁ ପହଞ୍ଚି ପାରୁ ନଥିବାରୁ ବୃଦ୍ଧାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details