ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ରାମେଶ୍ବର ପୀଠ ସ୍ବର୍ଗଦ୍ବାରରେ ମୃତଦେହ ସତ୍କାର ପାଇଁ ସର୍ବନିମ୍ନ ସୁବିଧା ନାହିଁ । ସ୍ଥାନୀୟ ବିଧାୟକ ତଥା ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଅତ୍ୟାଧୁନିକ ମୃତଦେହ ସତ୍କାର କେନ୍ଦ୍ର ପାଇଁ ଶିଳାନ୍ୟାସ କରିଥିଲେ ହେଁ ଏ ଯାଏଁ କାମ ଆରମ୍ଭ ହୋଇନି ।
ରାମେଶ୍ବର ପୀଠରେ ଥିବା ପୁରୁଣା ମୃତଦେହ ସତ୍କାର ପିଣ୍ଡଟି ଭାଙ୍ଗିରୁଜି ଯାଇଛି । ଫଳରେ ସହରରେ ମୃତଦେହ ସତ୍କାର ପାଇଁ କାଠର ଅଭାବ ହେବା ସହ ଅନେକ ଅସୁବିଧା ହେଉଥିବାର ଦେଖିବାକୁ ମିଳିଛି ।ଏହି ଅସୁବିଧାକୁ ଦୃଷ୍ଟିରେ ରଖି 30 ସେପ୍ଟେମ୍ବର 2018ରେ ସ୍ଥାନୀୟ ବିଧାୟକ ତଥା ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତ୍ୟାଧୁନିକ ଶବଦାହ କେନ୍ଦ୍ର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଥିଲେ । ହେଲେ ଦୁଇ ବର୍ଷ ପରେ ବି ସରକାର ଯୋଗାଇ ଦେଇଥିବା ଅନୁଦାନ ପଡି ରହିଛି। ପ୍ରଥମ ପର୍ଯ୍ୟାୟରେ 50 ଲକ୍ଷ ଓ ପରେ 70 ଲକ୍ଷ ଟଙ୍କାର ଅନୁଦାନ ପୌର ପରିଷଦକୁ ଯୋଗାଇ ଦିଆଯାଇଛି ।