ଓଡିଶା

odisha

By

Published : Apr 10, 2021, 7:21 PM IST

ETV Bharat / state

ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ

ସୁବର୍ଣ୍ଣପୁର ସହରର ପଟାଭାଡିରେ ଥିବା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ
ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ

ସୁବର୍ଣ୍ଣପୁର: ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ । ସୁବର୍ଣ୍ଣପୁର ସହରର ପଟାଭାଡିରେ ଥିବା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ଶନିବାର ପ୍ରଦ୍ୟୁମ୍ନ ନାମକ ଜଣେ ବ୍ୟକ୍ତି ଦେବଯାନି ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇ ଆସିଥିଲେ । ସ୍କୁଟିରେ ପେଟ୍ରୋଲ ପକାଇ କିଛି ଦୂର ଗଲା ପରେ ହଠାତ୍ ଗାଡିଟି ବନ୍ଦ ହୋଇଯାଇଥିଲା । ସେ ସଙ୍ଗେ ସଙ୍ଗେ ପେଟ୍ରୋଲ ପମ୍ପକୁ ଆସି ଘଟଣା ବାବଦରେ ଅଭିଯୋଗ କରିବା ସହ ଏକ ବୋତଲରେ ପେଟ୍ରୋଲ ମାଗିଥିଲେ ।

ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ

ବୋତଲରେ ପେଟ୍ରୋଲ ଭରିବାରୁ ପେଟ୍ରୋଲରୁ ଫେଣ ବାହାରୁଥିବା ଦେଖିବାକୁ ପାଇଥିଲେ । ଏନେଇ ବ୍ୟକ୍ତି ଜଣକ ୧୧୨ କୁ ଫୋନ କରିଥିଲେ । ପରେ ଯୋଗାଣ ବିଭାଗ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ପେଟ୍ରୋଲର ସାମ୍ପୁଲ ରଖିଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପେଟ୍ରୋଲ ପମ୍ପକୁ ସିଲ କରାଯାଇଛି ।

ପେଟ୍ରୋଲ ଅପମିଶ୍ରିତ ମିଶ୍ରଣ କରାଯାଉଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଥିବା ବେଳେ ବୈଷୟିକ ଦଳ ଆସିଲେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପୌରାଞ୍ଚଳ ଅତିରିକ୍ତ ଯୋଗାଣ ଅଧିକାରୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details