ଓଡିଶା

odisha

ETV Bharat / state

ବେଆଇନ ଗୋ ଚାଲାଣକୁ ରୋକିଲେ ବଜରଙ୍ଗ ଦଳ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାପୁରଠାରେ ବେଆଇନ ଗୋଚାଲାଣକୁ ରୋକିଲେ ବଜରଙ୍ଗ ଦଳ ।

subarnpur
ଗୋଚାଲାଣକୁ ରୋକିଲେ ବଜରଙ୍ଗ ଦଳ

By

Published : Feb 19, 2020, 5:58 AM IST

ସୁବର୍ଣ୍ଣପୁର: ବେଆଇନ ଗୋଚାଲାଣକୁ ଅଟକାଇଲେ ବଜରଙ୍ଗ ଦଳ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାପୁରଠାରେ ୨ଟି ଟାଟା ଏସି ଗାଡିରେ ବେଆଇନ ଭାବେ ୮ ଟି ଗାଇ ଓ ବଳଦ ଚାଲାଣ ହେଉଥିବା ବଜରଙ୍ଗ ଦଳ ପାଖରେ ଖବର ପହଞ୍ଚିଥିଲା । ଯାହାକୁ ଶୁଣି ବଜରଙ୍ଗ ଦଳର ସଭ୍ୟମାନେ ଗାଡିକୁ ଅଟକାଇ ଦେଇଥିଲେ ।

ଗୋଚାଲାଣକୁ ରୋକିଲେ ବଜରଙ୍ଗ ଦଳ

ଏହାପରେ ଗାଡିକୁ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ । ଗାଡି ଭିତରେ ବିପଦସଙ୍କୁଳ ଅବସ୍ଥାରେ 4ଟି ଲେଖାଏଁ ବଳଦକୁ ରଖି ଚାଲାଣ କରାଯାଉଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗାଡିକୁ ଥାନାକୁ ଆଣିବା ସହ ଦଲାଲକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନାନୁସାରେ, ବାରମ୍ବାର ଏହି ଅଞ୍ଚଳରେ ଗୋଚାଳାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ ନୀରବ ରହୁଥିବା ଅଭିଯୋଗ ହୋଇଛି । ଫଳରେ ଦିନ ଦ୍ବିପ୍ରହରରେ ଖୁଲମଖୁଲା ଭାବେ ଦଲାଲମାନେ ଗୋରୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ବଜରଙ୍ଗ ଦଳର ଚାପରେ ଗୋରୁ ବୋଝେଇ ଗାଡିକୁ ପୋଲିସ ଜବତ କରିଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details