ଓଡିଶା

odisha

ETV Bharat / state

ବେଆଇନ ଖଣିଜ ସମ୍ପଦ ଲୁଟ, ତହସିଲଦାରଙ୍କ ଚଢ଼ାଉ - subarnapur latest news

ବେଧଡ଼କ ଚାଲିଛି ବାଲି ,ମୋରମ ଓ ପଥର ଚାଲାଣ । ସୁବର୍ଣ୍ଣପୁର ଜିଲ୍ଲା ସଦର ତହସିଲ ଅଧୀନରେ ସରକାରୀ ନୀତିନିୟମକୁ ଫୁ କରି ବ୍ୟାପକ ମାତ୍ରାରେ ଖଣିଜ ସମ୍ପଦ ଲୁଟ ହେଉଛି । ଅଧିକ ପଢନ୍ତୁ...

ବେଆଇନ ଖଣିଜ ସମ୍ପଦ ଲୁଟ, ତହସିଲଦାରଙ୍କ ଚଢ଼ାଉ
ବେଆଇନ ଖଣିଜ ସମ୍ପଦ ଲୁଟ, ତହସିଲଦାରଙ୍କ ଚଢ଼ାଉ

By

Published : Nov 5, 2020, 1:30 AM IST

ସୁବର୍ଣ୍ଣପୁର : ଜିଲ୍ଲା ସଦର ତହସିଲ ଅଧୀନରେ ସରକାରୀ ନୀତିନିୟମକୁ ଫୁ କରି ବ୍ୟାପକ ମାତ୍ରାରେ ଖଣିଜ ସମ୍ପଦ ଲୁଟ ହେଉଛି । ବେଧଡ଼କ ଚାଲିଛି ବାଲି ,ମୋରମ ଓ ପଥର ଚାଲାଣ ।

ବେଆଇନ ଖଣିଜ ସମ୍ପଦ ଲୁଟ, ତହସିଲଦାରଙ୍କ ଚଢ଼ାଉ

ସୁବର୍ଣ୍ଣପୁର ସଦର ତହସିଲରେ ବିନା ସରକାରୀ ଅନୁମୋଦନରେ ଖାଦାନ ଗୁଡ଼ିକରୁ ଜେସିବି ଓ ଟ୍ରାକ୍ଟର ଲଗାଇ ବାଲି ,ମୋରମ ଆଦି ଚୋରା ଚାଲାଣ କରାଯାଉଛି । ଫଳରେ ସରକାରୀ ରାଜସ୍ବ ହାନି ହେବା ସହିତ ସହରରେ ଭାରି ଯାନ ଚଳାଚଳରେ ଅସୁବିଧା ଦେଖା ଦେଉଛି । ସଦର ତହସିଲଦାରଙ୍କ ପକ୍ଷରୁ ଅନେକ ଚଢ଼ାଉ କରାଯାଉଥିବା ବେଳେ ବେପାରୀମାନେ ଅନେକ ସମୟରେ ଖସି ଯାଉଛନ୍ତି । ସଦର ତହସିଲଦାର ଏକ ଖାଦାନରେ ଚଢ଼ାଉ କରି ଗୋଟିଏ ଜେସିବି ସହିତ ଦୁଇଟି ମୋରମ ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି । ଜେସିବି ମାଲିକ ପାଖରୁ 20 ହଜ଼ାର ଓ ଦୁଇ ଟ୍ରାକ୍ଟର ମାଲିକଙ୍କ ପାଖରୁ 10 ହଜ଼ାର ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଇଛି ।

ବିଭିନ୍ନ ସମସ୍ୟା ଯୋଗୁଁ ଖଣି ଖାଦାନ ନିଲାମ କରାଯାଇ ପାରୁ ନ ଥିବାରୁ ଲୋକଙ୍କ ଆବଶ୍ୟକତା ଯୋଗୁଁ ବେଆଇନ ଖଣିଜ ସମ୍ପଦ ଲୁଟ ହେଉଛି । ତେବେ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ତହସିଲଦାର ଅରବିନ୍ଦ ବେହେରା ସୂଚନା ଦେଇଛନ୍ତି ।

ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details