ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ହେବ ବେଆଇନ କ୍ଲିନିକ - subarnapur news

ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ଟେନସନରେ କ୍ଲିନିକ ମାଲିକ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାର ସମସ୍ତ 6ଟି ବ୍ଲକରେ ଖୋଲିଥିବା କ୍ଲିନିକ ମାନଙ୍କ ତଥ୍ୟ ମାଗିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଜିଲ୍ଲାରେ 64ଗୋଟି ବେଆଇନ କ୍ଲିନିକ ରହିଛି । ତେବେ ତଥ୍ୟ ଅନୁୟାୟୀ, ବେଆଇନ କ୍ଲିନିକ ଗୁଡିକ ବନ୍ଦ କରାଯିବାକୁ କହିଛନ୍ତି ଜିଲ୍ଲାପାଳ ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 22, 2019, 12:17 PM IST

ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ବେଆଇନ କ୍ଲିନିକ ଗୁଡିକ ବନ୍ଦ କରିବା ପୂର୍ବରୁ ଚେତାବନୀ ଦେଇଛି । ସରକାରୀ ଗାଇଡ ଲାଇନ ମୁତାବକ ରେଜିଷ୍ଟ୍ରେସନ ଓ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନଥିଲେ ତାକୁ ବନ୍ଦ କରି ଦିଆଯିବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କ୍ଲିନିକ ମାଲିକ ମାନଙ୍କୁ ଚେତାଇ ଦେଇଛନ୍ତି ।

ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାର ସମସ୍ତ 6ଟି ବ୍ଲକରେ ଖୋଲିଥିବା କ୍ଲିନିକ ମାନଙ୍କ ତଥ୍ୟ ମାଗିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଜିଲ୍ଲାରେ 64ଗୋଟି ବେଆଇନ କ୍ଲିନିକ ରହିଛି । କେବଳ 6 ଗୋଟି କ୍ଲିନିକ ରେଜିଷ୍ଟ୍ରେସନ କରିଛନ୍ତି । ସୁବର୍ଣ୍ଣପୁରରେ 12 ଗୋଟି, ନାଇକେନପାଲିରେ 6 ଗୋଟି,ବିନିକା ସହରରେ 15ଟି , ଡୁଙ୍ଗୁରିପାଲିରେ 6ଟି, ତରଭାରେ 10ଟି, ବୀରମହାରାଜପୁରରେ 10ଟି ଓ ଉଲୁଣ୍ଡା ସହରରେ 4ଟି ବେଆଇନ କ୍ଲିନିକ ରହିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସହରରେ 5ଟି ଓ ବୀରମହାରାଜପୁରରେ ଗୋଟିଏ କ୍ଲିନିକର ସରକାରୀ ରେଜିଷ୍ଟ୍ରେସନ ରହିଛି । ସୋନପୁରରେ ଥିବା 5ଟି ରେଜିଷ୍ଟ୍ରେସନ କ୍ଲିନିକ ଭିତରୁ ବିଭିନ୍ନ କାରଣରୁ ଦୁଇଟି ବନ୍ଦ ଅଛି । ତେବେ ଜିଲ୍ଲାର 90 ପ୍ରତିଶତ ବେଆଇନ କ୍ଲିନିକ କାର୍ଯ୍ୟ କରୁଛି । ଜିଲ୍ଲାରେ ଛତୁ ଫୁଟିବା ପରି କ୍ଲିନିକ ଖୋଲୁଥିବା ବେଳେ ଏହି ବେଆଇନ କ୍ଲିନିକ ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହେଉଥିଲା ।

ଏବେ ଜିଲ୍ଲାପାଳ ମନୀଷା ବାନାର୍ଜୀ ବେଆଇନ କ୍ଲିନିକ ଗୁଡିକୁ ସାତ ଦିନ ଭିତରେ ସରକାରୀ ନୀତି ନିୟମ ମୁତାବକ ଆବଶ୍ୟକ କାଗଜପତ୍ର ଓ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନକଲେ ତାକୁ ବନ୍ଦ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ଗୁରୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏପରି ନିର୍ଦ୍ଦେଶ ପରେ କ୍ଲିନିକ ମାଲିକଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଛି । ଜିଲ୍ଲାପାଳଙ୍କ ଏପରି ନିର୍ଦ୍ଦେଶକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details