ଓଡିଶା

odisha

ETV Bharat / state

ଦଳୀୟ ଅବହେଳାରୁ ହୋଇଛି ବିଦ୍ରୋହୀ ପ୍ରାର୍ଥୀ: ଆନନ୍ଦ ବାରିକ

ଦୀର୍ଘ ଦୁଇ ଦଶନ୍ଧି ଧରି ସଙ୍ଗଠନ କରିବା ପରେ ମଧ୍ୟ ଚଳିତ ନିର୍ବାଚନରେ ବିଜେପି ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି ଆନନ୍ଦ । ଦଳୀୟ ନୁହେଁ ବିଦ୍ରୋହୀ ପ୍ରାର୍ଥୀ ଭାବେ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଗରିବର ବନ୍ଧୁ ଆନନ୍ଦ ବାରିକ ସ୍ଲୋଗାନ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ସେ । ଦୀର୍ଘ ଦିନ ଦଳରେ କାର୍ଯ୍ୟ କରିବା ପରେ ବି ବିଜେପି ତାଙ୍କୁ ଅବହେଳା କରିଥିବା କହିଛନ୍ତି।

By

Published : Apr 1, 2019, 12:59 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର


ସୁବର୍ଣ୍ଣପୁର: ନିର୍ବାଚନୀ ହାୱାରେ ଚଳଚଞ୍ଚଳ ହୋଇଉଠିଛି ସୁବର୍ଣ୍ଣପୁର ଜିଲ୍ଲା ରାଜନୀତି । ନିର୍ବାଚନ ପ୍ରଚାରରେ କମ୍ପିଉଠୁଛି ସମଗ୍ର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ବଜାର । ଏଥିରୁ ବାଦ ପଡିନାହିଁ ଜିଲ୍ଲାର ବୀରମହରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ଦିନକୁ ଦିନ ନିର୍ବାଚନୀ ଉଷ୍ଣତା ବଢ଼ିବାରେ ଲାଗିଛି । ମତଦାନର ତାରିଖ ପାଖେଇ ଆସୁଥିବାରୁ ବିଭିନ୍ନ ଆଶା ଆଶଙ୍କାରେ ରହିଛନ୍ତି ସବୁ ଦଳର ପ୍ରାର୍ଥୀ ।

ଏଥର ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିପାରେ ଏହି ଆସନରେ । ଏଠାରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ବ୍ୟତୀତ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି ବିଦ୍ରୋହୀ ସ୍ଵାଧୀନ ପ୍ରାର୍ଥୀ। ଯାହାଙ୍କ ମଧ୍ୟରେ ଅଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଆନନ୍ଦ ବାରିକ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଦୀର୍ଘ ଦୁଇ ଦଶନ୍ଧି ଧରି ସଙ୍ଗଠନ କରିବା ପରେ ମଧ୍ୟ ଚଳିତ ନିର୍ବାଚନରେ ବିଜେପି ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି ଆନନ୍ଦ। ଦଳୀୟ ନୁହେଁ ବିଦ୍ରୋହୀ ପ୍ରାର୍ଥୀ ଭାବେ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଗରିବର ବନ୍ଧୁ ଆନନ୍ଦ ବାରିକ ସ୍ଲୋଗାନ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ସେ। ଦୀର୍ଘ ଦିନ ଧରି ଦଳରେ କାର୍ଯ୍ୟ କରିବା ପରେ ବି ବିଜେପି ତାଙ୍କୁ ଅବହେଳା କରିଥିବା କହିଛନ୍ତି।

କୃଷି ଓ କୃଷକଙ୍କ ସମସ୍ୟା ସମାଧାନ କରିବାରେ ଶାସକ ଦଳ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ଗରିବ,ଚାଷୀ, ମୂଲିଆ ଏବଂ ଶ୍ରମିକଙ୍କ ସାଥୀରେ ସେ ସବୁ ସମୟରେ ଅଛନ୍ତି ବୋଲି ଜଣାଇଛନ୍ତି। ସ୍ବାସ୍ଥ୍ୟ ସମସ୍ୟା ଦୂର କରାଯାଇ ପାରିନଥିବା ଅଭିଯୋଗ ଆଣିଛନ୍ତି ଆନନ୍ଦ। ଏଥର ନିର୍ବାଚିତ ହେଲେ ସେ ଗରିବଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠି ଖର୍ଚ୍ଚ କରିବେ । ଈଟିଭିର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ରଖିଛନ୍ତି ନିଜର ଉତ୍ତର ।


ଏଥର ନିର୍ବାଚନରେ ଆନନ୍ଦ ବାରିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଆଶା କରାଯାଉଛି । ଆଗାମୀ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ ଏଠାକାର ଭୋଟର କାହାକୁ ନିଜର ପ୍ରତିନିଧି ଭାବେ ନିର୍ବାଚିତ କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details