ସୁବର୍ଣ୍ଣପୁର: ବାରହା ଶିକାର କରିବାକୁ ଯାଇ ନିଜ ଜାଲରେ ନିଜେ ପଡିଗଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ । ମୃତ ଯୁବକ ଜଣକ ହେଲେ ବାଘପାଲି ଗାଁର ହରିଶ୍ଚନ୍ଦ୍ର ପଧାନ । ତେବେ ସେ ବାରହା ଶିକାର କରିବା ପାଇଁ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିଲେ। କିନ୍ତୁ ନିଜେ ବିଛାଇଥିବା ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।
ବାରହା ପାଇଁ ବିଛାଇଥିଲେ ମୃତ୍ୟୁର ଜାଲ, ଶିକାର ପୂର୍ବରୁ ଚାଲିଗଲା ଶିକାରୀ ଜୀବନ
ବାରହା ଶିକାର କରିବାକୁ ଯାଇ ନିଜ ଜାଲରେ ନିଜେ ପଡିଗଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ । ଅଧିକ ପଢନ୍ତୁ...
ନିଜ ଜାଲରେ ପଡି ଶିକାରି ମୃତ, ବାରହା ଶିକାର ପାଇଁ ବିଛାଇଥିଲେ ଇଲେକ୍ଟ୍ରି ତାର
ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳୁ ହିଁ ଲୋକମାନେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଖବର ପାଇ ଉଲୁଣ୍ଡା ବନ ବିଭାଗର କର୍ମଚାରମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏପଟେ ବୀରମହାରାଜପୁର ପୋଲିସ ବି ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ