ଓଡିଶା

odisha

By

Published : May 31, 2022, 5:43 PM IST

ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଆମରଣ ଅନଶନ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଆମରଣ ଅନଶନ । ବୁଦେଲବାହାଲି ଗାଁର ଚାଷୀ ବୃନ୍ଦାବନ ମିଶ୍ରଙ୍କ ଆମରଣ ଅନଶନ । ଦୁଇ ଏକର ଚାଷଜମିରେ କରିଥିବା ଫସଲ ନଷ୍ଟ ହୋଇଥିବାରୁ ଏହାର କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଆମରଣ ଅନଶନ
ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଆମରଣ ଅନଶନ

ସୁବର୍ଣ୍ଣପୁର: ଜିଲ୍ଲାର ଜଣେ ଚାଷୀ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ଏଭଳି ପ୍ରଚଣ୍ଡ ଖରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଖିଆ ଅପିଆ ବସି ରହିଛନ୍ତି ବୁଦେଲବାହାଲି ଗାଁର ଚାଷୀ ବୃନ୍ଦାବନ ମିଶ୍ର । ଜଳସେଚନ ଅଭାବରୁ ଦୁଇ ଏକର ଚାଷଜମିରେ କରିଥିବା ଫସଲ ନଷ୍ଟ ହୋଇଛି । ଏହାର କ୍ଷତିପୂରଣ ଦାବିରେ ଆଜି ସେ ଆମରଣ ଅନଶନରେ ବସିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଆମରଣ ଅନଶନ

ସୂଚନା ମୁତାବକ ବୃନ୍ଦାବନ ରବି ଋତୁରେ ଦୁଇ ଏକର ପରିମିତ ଚାଷଜମିରେ ଧାନ ଚାଷ କରିଥିଲେ । ନଳକୂପରୁ ପାଣିପମ୍ପ ଯୋଗେ ସେ ଜମିରେ ପାଣି ମଡ଼ାଉଥିଲେ । ତେବେ କୌଣସି କାରଣରୁ ବିଦ୍ୟୁତ ଟ୍ରାନ୍ସଫର୍ମରରୁ ପାଣିପମ୍ପ ପର୍ଯ୍ୟନ୍ତ ଯାଇଥିବା କେବୁଲ ତାରଟି ପୋଡି଼ ଯାଇଥିଲା । ବିଦ୍ୟୁତ ବିଭାଗରେ ବାରମ୍ବାର ଅଭିଯୋଗ କଲା ପରେ ବି ବିଭାଗ କର୍ଣ୍ଣପାତ କରିନଥିଲା । ଜମିରେ ପାଣି ମଡ଼ାଇ ନ ପାରିବାରୁ ପ୍ରଚଣ୍ଡ ଖରାରେ ଦୁଇ ଏକର ଧାନ ମରୁଡି଼ର ସମ୍ମୁଖୀନ ହୋଇଛି ।

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ସେ ଚାଷଜମିକୁ ଜଳସେଚନ କରି ପାରିଲେ ନାହିଁ । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ବାରମ୍ବାର ଅଭିଯୋଗ କରିବା ପରେ ବି ସେ ନିରାଶ ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନ ବୃନ୍ଦାବନଙ୍କ ଦାବି ପୂରଣ ନ କଲେ ସେ ସପରିବାର ଆମରଣ ଅନଶନ କରିବା ସହ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details