ସୁବର୍ଣ୍ଣପୁର:ଜିଲ୍ଲାର ବୀରମହାରାଜପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆଗରେ ଛଟେଇ ହୋଇଥିବା ଅଙ୍ଗନଓ୍ବାଡି କର୍ମୀ ଆମରଣ ଅନସନରେ ବସିଛନ୍ତି। ମେଣ୍ଡାମାଲ ଗାଁର ରଞ୍ଜିତା ବଇନି ବେଆଇନ ଭାବେ ଛଟେଇ ହୋଇଥିବା ଅଭିଯୋଗ କରି ଆମରଣ ଅନଶନରେ ବସିଛନ୍ତି । ବିଗତ7 ବର୍ଷ ହେଲା ସେ ମେଣ୍ଡାମାଲ କେନ୍ଦ୍ରରେ କାର୍ଯ୍ୟ କରୁଆସିଥିଲେ । ହେଲେ ସେ ମେଣ୍ଡାମାଲ ଗାଁର ହୋଇନଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଆସିଥିଲା ।
ପୁନଃନିଯୁକ୍ତି ଦାବିରେ ଆମରଣ ଅନଶନ - hunger demonstration for reappointment
ପୁନଃନିଯୁକ୍ତି ଦାବିରେ ଆମରଣ ଅନଶନ। ଅଧିକ ପଢନ୍ତୁ...
ପୁନଃନିଯୁକ୍ତି ଦାବିରେ ଆମରଣ ଅନଶନ
ପୁନଃନିଯୁକ୍ତି ଦାବିରେ ଆମରଣ ଅନଶନ
ସିଡିପିଓ ଏହାର ତଦନ୍ତ କରିବା ପରେ ଆବଶ୍ୟକ ପ୍ରମାଣପତ୍ର ଥାଇ ବି ତାଙ୍କୁ ଛଟେଇ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ପୁନଃନିଯୁକ୍ତି ଦେବା ଦାବି କରି ସେ ମଙ୍ଗଳବାର ଆମରଣ ଅନଶନ ଆରମ୍ଭ କରିଛନ୍ତି। ତାଙ୍କୁ ନିଯୁକ୍ତି ନ ମିଳିବା ଯାଏଁ ସେ ଅନଶନରୁ ଓହରିବେ ନାହିଁ ବୋଲି କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ