ଓଡିଶା

odisha

ETV Bharat / state

ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣରେ କଲେଜ୍ ଛାତ୍ର ମାଧ୍ୟମ - ସୁବର୍ଣ୍ଣପୁରରୁ ଗଞ୍ଜେଇ ଜବତ

ଅନ୍ତଃରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜିଲ୍ଲା ଅବକାରୀ ବିଭାଗର ଚଢାଉ । ଏକ ଗଞ୍ଜେଇ ବୋଝେଇ ଗାଡ଼ି ଜବତ ସହ ଜଣେ ଯୁବକକୁ ଗିରଫ । ଅଧିକ ପଢ଼ନ୍ତୁ

cannabis smuggling in subarnapur
cannabis smuggling in subarnapur

By

Published : Feb 28, 2023, 8:50 PM IST

ଅନ୍ତଃରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ

ସୁବର୍ଣ୍ଣପୁର:ଜିଲ୍ଲାରେ ଦିନକୁ ଦିନ ଅନ୍ତଃ ରାଜ୍ୟ ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ନୂଆନୂଆ ପନ୍ଥା ଆପଣାଇ ସୁବର୍ଣ୍ଣପୁରରୁ ଅନ୍ୟ ରାଜ୍ୟକୁ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ ହେଉଛି । ଏହି କ୍ରମରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ଚଢାଉ କରିଛି । ଏକ ଗଞ୍ଜେଇ ବୋଝେଇ ଗାଡ଼ି ସହ ଜଣେ ଯୁବକକୁ ଗିରଫ କରିଛି ଜିଲ୍ଲା ଅବକାରୀ ବିଭାଗ । ସପ୍ତାହକ ଭିତରେ ତିନୋଟି ଗଞ୍ଜେଇ ଚୋରାଚାଲାଣ ମୋକଦ୍ଦମା ରୁଜୁ କରିବା ସହିତ ଚାରିଜଣଙ୍କୁ ଗିରଫ କରିବାରେ ଜିଲ୍ଲା ଅବକାରୀ ବିଭାଗ ସଫଳ ହୋଇଛି ।

ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ସକାଳୁ ଅବକାରୀ ବିଭାଗର ପାଟ୍ରୋଲିଂ ଦଳ ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ହରଡଖୋଲ ଛକ ନିକଟରେ ଚଢାଉ କରି ଏକ ଗଞ୍ଜେଇ ବୋଝେଇ ମାରୁତି ସୁଇପ୍ଟ ଗାଡି ଜବତ କରିଛି । ଏଥିସହ ଜଣେ ଯୁବକ ମଧ୍ୟ ଗିରଫ ହୋଇଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ବଲେନପଡା ଗ୍ରାମରୁ ଗଞ୍ଜେଇ ଆଣି କଣ୍ଟାମାଳ ବୈଦ୍ୟନାଥ ପୋଲ ଦେଇ ହରଡଖୋଲ ଛକ ନିକଟକୁ ପହଞ୍ଚିଥିଲା । ପୂର୍ବରୁ ହରଡଖୋଲ ଛକ ନିକଟରେ ଥିବା ଅନ୍ତଃ ରାଜ୍ୟ ବେପାରୀଙ୍କୁ ଗଞ୍ଜେଇ ହସ୍ତାନ୍ତର କରିଥାନ୍ତା । ତେବେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଦେଖି ଗାଡିଟିକୁ ଦ୍ରୁତ ଗତିରେ ବଲାଙ୍ଗୀର ପଟକୁ ନେଇ ଯାଉଥିବା ବେଳେ ଅବକାରୀ କର୍ମଚାରୀମାନେ ତାକୁ କାବୁ କରିଥିଲେ ।

ଗିରଫ ଯୁବକ ଜଣକ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କୁନ୍ଦାମାଲ ଗ୍ରାମର ଆକାଶ ସାହୁ ବୋଲି ଜଣାପଡିଛି । ଅଭିଯୁକ୍ତ ଯୁବକ କଣ୍ଟାମାଲ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର । ତେବେ ଗଞ୍ଜେଇ ବେପାରୀମାନେ ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ବେଆଇନ ବେପାରକୁ ସଫଳ କରିବା ପାଇଁ ଛାତ୍ରମାନଙ୍କୁ ଲଗାଉଛନ୍ତି । ଅର୍ଥ ଲୋଭରେ ଗଞ୍ଜେଇ ମାଫିଆଙ୍କ ସହ ହାତ ମିଶାଇବାକୁ ସେମାନେ ମଧ୍ୟ ବାଧ୍ୟ ହେଉଛନ୍ତି । ଜିଲ୍ଲାରେ ଏଭଳି ବେଆଇନ କାର୍ଯ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଥିବା ବେଳେ ତେବେ ପଡୋଶୀ ବୌଦ୍ଧ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାର ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟକୁ ନେଇ ଜନସାଧାରଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠୁଛି । ପଡୋଶୀ ଜିଲ୍ଲାର ଅବକାରୀ ବିଭାଗ ଓ ପୋଲିସ ବିଭାଗର କର୍ମଚାରୀମାନେ ଗଞ୍ଜେଇ ଚାଷ ଓ ରପ୍ତାନୀ ଉପରେ ଅଙ୍କୁଶ ଲଗାଉ ନଥିବାରୁ ଏମାନେ ବେପାରୀଙ୍କ ସହିତ ମିଶି ଏହି କାର୍ଯ୍ୟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details