ସୁବର୍ଣ୍ଣପୁର: ଐତିହାସିକ ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର । ଶୈବ, ଶାକ୍ତ , ବୈଷ୍ଣବ, ନାଥ ଓ ମହିମା ଧର୍ମ ଏହି ମାଟିରେ ବେଶ ପୃଷ୍ଟ ପୋଷକତା ଲାଭ କରିଛି । ଆଉ ଏବେ ସହରଟି ବାହ୍ୟ ମଳମୁକ୍ତ ସହର ଭାବେ ଘୋଷଣା ହୋଇ ନୂଆ କିର୍ତ୍ତୀ ସ୍ଥାପନ କରିଛି । ହେଲେ ଏହା କାଗଜ କଲମରେ ସୀମିତ ଥିବା ଦେଖାଦେଉଛି ।
ସହରକୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଓ ପର୍ଯ୍ୟଟକ ଆସୁଛନ୍ତି। ହେଲେ ସେମାନେ ଦୈନନ୍ଦିନ ନିତ୍ୟକର୍ମ ପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୌର ପରିଷଦ ପକ୍ଷରୁ ଆମ୍ବେଦକର ଛକରେ ତିଆରି ଏକମାତ୍ର ମାଗଣା ଗୋଷ୍ଠୀ ଶୌଚାଳୟ ଆଜି ପର୍ଯ୍ୟନ୍ତ ଠିକ ଭାବେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ସେହିପରି ସହରର ବ୍ଲକ ଛକ, ସୁରେଶ୍ବରୀ ମନ୍ଦିର, ରାମେଶ୍ଵର ମନ୍ଦିର, ମଙ୍ଗଳବାର ବଜାର ଓ ଖମ୍ବେଶ୍ବରୀ ମନ୍ଦିର ଆଦି ସ୍ଥାନ ଗୁଡିକରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇ ପାରିନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।