ଓଡିଶା

odisha

By

Published : Dec 13, 2020, 7:37 AM IST

ETV Bharat / state

ଟାଟାକୁ ହସ୍ତାନ୍ତର ବିରୋଧରେ ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ ସଜବାଜ

ମଝିପଡା ବିଶ୍ବକର୍ମା ପୂଜା ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଆଗାମୀ ଦିନର ଆନ୍ଦୋଳନ ସମ୍ପର୍କରେ ସୂଚନା ଦିଆଯାଇଛି। ଦାବି ପୂରଣ ନ ହେଲେ ପଶ୍ଚିମ ଓଡ଼ିଶାରେ ଆଗାମୀ 16 ଡିସେମ୍ବରରେ କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...

କମ୍ପାନୀ ଟାଟାକୁ ହସ୍ତାନ୍ତର ବିରୋଧରେ ବିଦ୍ୟୁତ କର୍ମଚାରୀଙ୍କ ଧାରଣା
କମ୍ପାନୀ ଟାଟାକୁ ହସ୍ତାନ୍ତର ବିରୋଧରେ ବିଦ୍ୟୁତ କର୍ମଚାରୀଙ୍କ ଧାରଣା

ସୁବର୍ଣ୍ଣପୁର: ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି । ସୁବର୍ଣ୍ଣପୁର ସହରର ମଝିପଡା ବିଶ୍ବକର୍ମା ପୂଜା ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଆଗାମୀ ଦିନର ଆନ୍ଦୋଳନ ସମ୍ପର୍କରେ ସୂଚନା ଦିଆଯାଇଛି। ସଙ୍ଘର ସମ୍ପାଦକ ସୁଶୀଳ କୁମାର ଦାସ ଦାବି ପୂରଣ ନ ହେଲେ ପଶ୍ଚିମ ଓଡ଼ିଶାରେ ଆଗାମୀ 16 ଡିସେମ୍ବରରେ କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ 17 ତାରିଖରେ ବୁର୍ଲା କର୍ପୋରେଟ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

କମ୍ପାନୀ ଟାଟାକୁ ହସ୍ତାନ୍ତର ବିରୋଧରେ ବିଦ୍ୟୁତ କର୍ମଚାରୀଙ୍କ ଧାରଣା

ତେବେ ବିଦ୍ୟୁତ କର୍ମଚାରୀ ଓ ଇଞ୍ଜିନିୟର ମାନେ ଦୀର୍ଘ ଦିନର ଦାବି ପୂରଣ ପାଇଁ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ତେବେ ଆଗାମୀ ଦିନରେ ୱେସ୍କୋ କାର୍ଯ୍ୟଭାର ଟାଟା କମ୍ପାନୀକୁ ହସ୍ତାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ହସ୍ତାନ୍ତର ପୂର୍ବରୁ କର୍ମଚାରୀଙ୍କ ଦାବି ପୂରଣ କରିବା ପାଇଁ ଦାବି ହୋଇଛି । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଭୟାବହ କରିବେ ବୋଲି କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details