ଓଡିଶା

odisha

ETV Bharat / state

ହେମାଙ୍ଗୀନୀ ଦିଦିଙ୍କ ନିଆରା ଶୈଳୀରେ ଶିକ୍ଷାଦାନ - subranapur latest news

ପୋଷ୍ଟର ପୋଷ୍ଟରରେ ପିଲାଙ୍କୁ ପାଠ ପଢାଉଛନ୍ତି ଡୁଙ୍ଗୁରିପାଲି ସହରର ବସଷ୍ଟାଣ୍ଡ ପାଖ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ହେମାଙ୍ଗୀନୀ ଦାସ ।

ହେମାଙ୍ଗୀନୀ ଦିଦିଙ୍କ ନିଆରା ଶୈଳୀରେ ଶିକ୍ଷାଦାନହେମାଙ୍ଗୀନୀ ଦିଦିଙ୍କ ନିଆରା ଶୈଳୀରେ ଶିକ୍ଷାଦାନ
ହେମାଙ୍ଗୀନୀ ଦିଦିଙ୍କ ନିଆରା ଶୈଳୀରେ ଶିକ୍ଷାଦାନ

By

Published : Jan 26, 2021, 2:06 PM IST

ସୁବର୍ଣ୍ଣପୁର: ଜିଲ୍ଲା ଡୁଙ୍ଗୁରିପାଲି ସହରର ବସଷ୍ଟାଣ୍ଡ ପାଖ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ହେମାଙ୍ଗୀନୀ ଦାସ ଏହି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ ନିଆରା ଢଙ୍ଗରେ ପାଠ ପଢ଼ାଉଛନ୍ତି। ପ୍ରାୟ 10 ମାସ ବିଦ୍ୟାଳୟ ବନ୍ଦ ହେବା ପରେ ସେ ଗାଁର କାନ୍ଥରେ ପୋଷ୍ଟର ମାରି ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନଲାଇନ ପାଠ ପଢୁଥିଲେ ବି ଅଧିକାଂଶ ଛାତ୍ରଛାତ୍ରୀ ଅନଲାଇନ ପାଠ ପଢାରୁ ବଞ୍ଚିତ ହେଉଛନ୍ତି। ଫଳରେ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀ ହେମାଙ୍କ ନିଆରା ଶିକ୍ଷାଦାନରେ ବେଶ ଲାଭବାନ ହେଉଛନ୍ତି।

ହେମାଙ୍ଗୀନୀ ଦିଦିଙ୍କ ନିଆରା ଶୈଳୀରେ ଶିକ୍ଷାଦାନ

ହେମା କାନ୍ଥରେ ମାରିଥିବା ପୋଷ୍ଟରରେ ଓଡିଆ ଭାଷାର କଠିନ ଶବ୍ଦ, ଚିତ୍ରାଙ୍କନ, ଓଡିଆ ଭାଷା ଜ୍ଞାନ, ଓଡିଆ ସାହିତ୍ୟ ଆଦି ସରଳ ଭାଷାରେ ବୁଝାଇ ଦେଉଛନ୍ତି। ପୋଷ୍ଟର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ଦେଉଥିବା ବେଳେ ଛାତ୍ରଛାତ୍ରୀ ମାନେ ପୋଷ୍ଟରରୁ ପ୍ରଶ୍ନ ନେଇ ଉତ୍ତର ଖାତାରେ ଉତ୍ତର କରୁଛନ୍ତି। ଯାହାକୁ ପୁଣି ହେମା ଛାତ୍ରଛାତ୍ର ମାନଙ୍କ ପାଖରୁ ସଂଗ୍ରହ କରି ଉତ୍ତର ମୂଲ୍ୟାଙ୍କନ କରୁଛନ୍ତି। ତେବେ 100 ଛାତ୍ରଛାତ୍ରୀଙ୍କ ଭିତରେ ପ୍ରାୟ 35 ଜଣଙ୍କ ପାଖରେ ମୋବାଇଲ ନଥିବାରୁ ସେ ପୋଷ୍ଟର ମାରି ପିଲାମାନଙ୍କୁ ଶିକ୍ଷା ଦାନ ପରି ଏକ ପଦକ୍ଷେପ ନେଇଥିବା ହେମା କହିଛନ୍ତି।

ତେବେ ସାରା ଜିଲ୍ଲାରେ ହେମାଙ୍କ ଏହି ପ୍ରୟାସ ପାଇଁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details