ଓଡିଶା

odisha

ETV Bharat / state

ଫୋକସରେ ମ୍ୟାଲେରିଆ ନିରାକରଣ, ବସିଲା ସଚେତନତା ବୈଠକ - health awareness meeting

ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ଆଗରେ ଅସ୍ବାସ୍ଥ୍ୟକର ପରିବେଶକୁ ଦୃଷ୍ଟିରେ ରଖି ଏହି ବୈଠକ ବସିଥିଲା ।

ଫଟୋ ସୌଜନ୍ୟ: ସୁବର୍ଣପୁର ପ୍ରତିନିଧି

By

Published : Apr 25, 2019, 11:32 PM IST

ସୁବର୍ଣ୍ଣପୁର: ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି । ଚିକିତ୍ସାଳୟ ଆଗରେ ଅସ୍ବାସ୍ଥ୍ୟକର ପରିବେଶକୁ ଦୃଷ୍ଟିରେ ରଖି ଏହି ବୈଠକ ହୋଇଛି । ବୈଠକରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ ।

vedio

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଏକ ଅସ୍ବସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଖରା ଦିନରେ ବି ଡାକ୍ତରଖାନା ଆଗରେ ଆଣ୍ଠୁଏ ଉଚ୍ଚରେ ସହରର ବ୍ୟବହୃତ ଦୁଷିତ ପାଣି ଜମି ରହୁଛି ବୋଲି ବ୍ୟବସାୟୀ ମହମ୍ମଦ ଅଜମଦ ଖାନ୍ ପ୍ରତିକ୍ରିୟା ଦେଇଛନ୍ତି । ରାସ୍ତାରେ ପାଣି ଜମି ରହିବା ଫଳରେ ଗାଡି ମଚଟର ଯିବା ଆସିବାରେ ଅସୁବିଧା ହେଉଛଥିବା ଅଜମଦ କହିଛନ୍ତି ।

ଏପରିକି ଦୀର୍ଘ ଦିନରୁ ପାଣି ଜମି ରହିବା ଫଳରେ ବ୍ୟାପକ ପରିମାଣରେ ମଶା ଜନ୍ମ ନେଉଛନ୍ତି । ହେଲେ ଏହି ଅସ୍ବାସ୍ଥ୍ୟକର ପରିବେଶକୁ ସୁଧାର କରିବା ଦିଗରେ କେହି ଧ୍ୟାନ ଦେଉ ନାହାଁନ୍ତି । ସଚେତନତା ବୈଠକରେ ଯୋଗଦେଇ ସରକାରୀ ବାବୁମାନେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବା ପାଇଁ ବଡ ବଡ ଭାଷଣ ମାରିଛନ୍ତି । ଅପରପକ୍ଷରେ ଜାନୁୟାରୀ 26 ତାରିଖରେ ଜିଲ୍ଲାପାଳ ଓ ପୌର ପରିଷଦର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆ ଯାଇ ନ ଥିବା ଡାକ୍ତର ସତ୍ୟନାରାୟଣ ପାଢୀ କହିଛନ୍ତି ।

ସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହିତ ନୀରୋଗ ଜୀବନ ଧାରଣ ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ହେଲେ ବିଭାଗୀୟ ସମନ୍ବୟ ଅଭାବରୁ କେବଳ ସରକାରୀ ଫାଇଲ ଭିତରେ ରହିଯାଉଛି ସଚେତନତା କାର୍ଯ୍ୟକ୍ରମ ବୋଲି ଅଭିଯୋଗ ହେଉଛି । ମେଲେରିଆ ନିରାକରଣ ସଚେତନତା ସୃଷ୍ଟି ନାଁରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରିବା ହିଁ ସାର ହେଉଥିବା ବେଳେ ଡେଙ୍ଗୁ ପରି ଭୟଙ୍କର ବେମାରୀରେ ଯେ ସହରବାସୀ ପୀଡିତ ନ ହେବେ କହି ହେବ ନାହିଁ ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details