ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ସ୍ବାସ୍ଥ୍ୟସେବାର ଭିତ୍ତିଭୂମିର ବିକାଶ ନିମନ୍ତେ ତରଳ ମେଡିକାଲ ଅକ୍ସିଜେନ(LMO-6KL) ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଶିଳାନ୍ୟାସ ଓ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ (833 LPM) ର ଉତ୍ପାଦିକରଣ ଓ ବଣ୍ଟନ ବ୍ୟବସ୍ଥା (PSA)ର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଏହାର ଉଦଘାଟନ କରିଛନ୍ତି l
କୋଭିଡ କଟକଣାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ, ଜିଲ୍ଲାପାଳ ମନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।