ଓଡିଶା

odisha

ମୁଣ୍ଡ ବିହୀନ ମୃତଦେହ ଚିହ୍ନଟ, ହତ୍ୟାକାରୀ ଗିରଫ

By

Published : Sep 9, 2020, 10:00 PM IST

ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅନ୍ତର୍ଗତ ଲୁତୁରପଙ୍କ ଗାଁର ଚାଷ ଜମିରୁ ପୋଲିସ ଉଦ୍ଧାର କରିଥିବା ମୁଣ୍ଡ ବିହୀନ ମୃତଦେହର ପର୍ଦ୍ଦାଫାଶ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମୁଣ୍ଡ ବିହୀନ ମୃତଦେହ ଚିହ୍ନଟ, ହତ୍ୟାକାରୀ ଗିରଫ
ମୁଣ୍ଡ ବିହୀନ ମୃତଦେହ ଚିହ୍ନଟ, ହତ୍ୟାକାରୀ ଗିରଫ

ସୁବର୍ଣ୍ଣପୁର: ସୁବଲୟା ଥାନା ଅନ୍ତର୍ଗତ ଲୁତୁରପଙ୍କ ଗାଁର ଚାଷ ଜମିରୁ ପୋଲିସ ଉଦ୍ଧାର କରିଥିବା ମୁଣ୍ଡ ବିହୀନ ମୃତଦେହର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ମୃତକକୁ ସାଙ୍ଗରେ ଆଣି ବୁଲାବୁଲି କରି ଘରକୁ ଫେରିବା ସମୟରେ ଅଭିଯୁକ୍ତ ହତ୍ୟା କରି ମୁଣ୍ଡ, ହାତ ଓ ଗୋଡ଼ କାଟି ବିଭିନ୍ନ ଯାଗାରେ ଫୋଫାଡ଼ି ଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଛି । ବୁଧବାର ବିରମହରାଜପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ହତ୍ୟାକାଣ୍ଡର ସୂଚନା ଦେଇଛନ୍ତି ।

ମୁଣ୍ଡ ବିହୀନ ମୃତଦେହ ଚିହ୍ନଟ, ହତ୍ୟାକାରୀ ଗିରଫ

ପ୍ରକାଶଥାଉ କି ଗତ ଗତ 5 ତାରିଖ ଶନିବାର ପୋଲିସ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରିଥିଲା । ପୋଲିସ ତଦନ୍ତ କରିବା ପରେ ତହିଁ ଆଗ ଶୁକ୍ରବାର ଦିନ ସନ୍ଧ୍ୟା ପ୍ରାୟ 9 ଟା ବେଳେ ଏହି ହତ୍ୟାକାଣ୍ଡ ହୋଇଥିବା ଜାଣି ପାରିଛି । ମୃତକ ଖଇରମାଲ ଗାଁର ମାନଭଞ୍ଜନ ବିଶ୍ୱାଳ ଓ ଗୁପ୍ତେଶ୍ଵର ବାଙ୍କୀ ଗାଁରୁ ଏକା ସଙ୍ଗେ ମାନଭଞ୍ଜନଙ୍କ ମୋଟର ସାଇକେଲରେ ଆସିଥିଲେ । ବୁଲାବୁଲି କରି ଘରକୁ ଫେରିବା ସମୟରେ ଗୁପ୍ତେଶ୍ଵର ଠେଙ୍ଗାରେ ପିଟି ମାନଭଞ୍ଜନଙ୍କୁ ହତ୍ୟା କରିଥିଲେ ।

ପରେ ଘରୁ ଏକ ଟାଙ୍ଗୀଆ ଆଣି ମୁଣ୍ଡ, ହାତ ଓ ଗୋଡ଼ ଶରୀରରୁ ଅଲଗା କରି ବିଭିନ୍ନ ଯାଗାରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲା । ତେବେ ପୋଲିସ ଅକ୍ଲାନ୍ତ ପରିଶ୍ରମ କରି ଅଭିଯୁକ୍ତ ଗୁପ୍ତେଶ୍ଵରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନିଜ ସ୍ତ୍ରୀ ସହିତ ମୃତକର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଏହି ହତ୍ୟା କରିଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details