ଓଡିଶା

odisha

ETV Bharat / state

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ, ଜିଲ୍ଲାପାଳଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି । ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ମାମଲାରେ ନ୍ୟାୟାଳୟ ଦୁଇ ଦିନ ଭିତରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ ଜବାବ ଦାଖଲ କରିବାରୁ ନିର୍ଦ୍ଦେଶ
ଜିଲ୍ଲାପାଳଙ୍କୁ ଜବାବ ଦାଖଲ କରିବାରୁ ନିର୍ଦ୍ଦେଶ

By

Published : Jan 10, 2022, 2:03 PM IST

ସୁବର୍ଣ୍ଣପୁର: କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ ପଞ୍ଜାୟତ ନିର୍ବାଚନ । ଏ ନେଇ ପାଦେ ପାଦେ ଆଗଉଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି (Panchayat election reservation issues) । ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ମାମଲାରେ ନ୍ୟାୟାଳୟ ଦୁଇ ଦିନ ଭିତରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କୁ ଜବାବ ଦାଖଲ କରିବାରୁ ନିର୍ଦ୍ଦେଶ

ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଆଦିବାସୀ ସଂପ୍ରଦାୟକୁ ସାମ୍ବିଧାନିକ ଓ ରାଜନୈତିକ ଅଧିକାର ଦେବା ସହିତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଆଇନ ଆଧାରରେ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରାଯାଇଥିଲା । ଜିଲ୍ଲା ପଞ୍ଚାୟତ ବିଭାଗ ବେଆଇନ ଭାବେ ଆଦିବାସୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଥିବା ବେଳେ ଏହାକୁ ଜିଲ୍ଲାପାଳ ଅନୁମୋଦନ କରିଥିଲେ । ଚୂଡାନ୍ତ ତାଲିକା ପ୍ରକାଶିତ ହେବା ପୂର୍ବରୁ ଆଦିବାସୀ ସଂଘ ପକ୍ଷରୁ ଗଣତାନ୍ତ୍ରିକ ଆଧାରରେ ଆନ୍ଦୋଳନ କରି ଦାବି ଉପସ୍ଥାପନ କରାଯାଇଥିଲା ।

ତେବେ ଆଦିବାସୀ ସଂପ୍ରଦାୟ ପାଇଁ ଆଇନ ଆଧାରରେ ପଞ୍ଚାୟତ ଗୁଡିକର ସରପଞ୍ଚ ପଦବୀ ସ୍ଥାନ ସଂରକ୍ଷଣ କରାଯାଇ ନ ଥିବାରୁ ସଂଘ ପକ୍ଷରୁ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରାଜ୍ୟ ଉଚ୍ଚ ନ୍ୟାୟାଳୟ ଆଦିବାସୀ ସଂଘର ଆବେଦନକୁ ଗ୍ରହଣ କରି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି । ଆଦିବାସୀ ସଂଘ ରାଜ୍ୟ ଉଚ୍ଚ ନ୍ୟାୟାଳୟରୁ ନ୍ୟାୟ ପାଇବେ ବୋଲି ଆଶାବାଦୀ ଥିବା କହିଛନ୍ତି ସଂଘର ଓକିଲ ବଳଦେବ ବେଦବାଗ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details