ଓଡିଶା

odisha

By

Published : Dec 24, 2020, 4:45 PM IST

ETV Bharat / state

ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ

ବୀରମହାରାଜପୁର ବ୍ଲକର ଉପାନ୍ତରେ ଥିବା ହାତିଲିମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ସରକାର ବିଶାଲପାଲି ବିଦ୍ୟାଳୟରେ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ହାତିଲିମୁଣ୍ଡା ଗାଁ ଲୋକେ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ହାତିଲିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ
ହାତିଲିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ହାତିଲିମୁଣ୍ଡା ଗାଁ ଲୋକେ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବୀରମହାରାଜପୁର ବ୍ଲକର ଉପାନ୍ତରେ ଥିବା ହାତିଲିମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ସରକାର ବିଶାଲପାଲି ବିଦ୍ୟାଳୟରେ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ଗ୍ରାମବାସୀ ।

ହାତିଲିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ

ଗାଁରେ ଥିବା ବିଦ୍ୟାଳୟରେ କେନ୍ଦୁପାଲିର ଛାତ୍ରଛାତ୍ରୀ ମଧ୍ୟ ପାଠ ପଢୁଥିଲେ । ଏହି ଅଞ୍ଚଳରେ ବସବାସ କରୁଥିବା ସମସ୍ତେ ପ୍ରାୟ ଗରିବ ଆଦିବାସୀ ଶ୍ରେଣୀର ଲୋକ ହୋଇଥିବାବେଳେ କାମ ଧନ୍ଦା କରି ପରିବାର ଚଳାନ୍ତି ।

ହାତିଲିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ
ହାତିଲିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ

ଗାଁ ଚାରିପାଖେ ଜଙ୍ଗଲ, ପାହାଡ ଥିବା ସହିତ ରାସ୍ତାଘାଟ ଭଲ ନଥିବାରୁ ଛାତ୍ରଛାତ୍ରୀ ଅନ୍ୟ ଗାଁକୁ ପଢିବାକୁ ଯିବାବେଳେ ନାନା ସମସ୍ୟାର ସମ୍ମୁଖୀନ ହେବେ । ଯାହା ଫଳରେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି ।

ତେଣୁ ଏହି ବିଦ୍ୟାଳୟକୁ ବନ୍ଦ ନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଆଗାମି ଦିନରେ ଏହାର ସମାଧାନ ନହେଲେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details