ଓଡିଶା

odisha

ସଫଳ ହୋଇଛି ସବୁଜ ମହାନଦୀ ଅଭିଯାନ

By

Published : Jul 1, 2021, 12:14 PM IST

ସୁବର୍ଣ୍ଣପୁର ଜିଲ୍ଲା ସଦର ବନଖଣ୍ଡ ଅଧିନରେ ମହାନଦୀ ତଟରେ ବ୍ୟାପକ ଜଙ୍ଗଲ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ସଫଳ ହୋଇଛି ସବୁଜ ମହାନଦୀ ଅଭିଯାନ
ସଫଳ ହୋଇଛି ସବୁଜ ମହାନଦୀ ଅଭିଯାନ

ସୁବର୍ଣ୍ଣପୁର: ଜିଲ୍ଲା ସଦର ବନଖଣ୍ଡ ଅଧିନରେ ମହାନଦୀ ତଟରେ ବ୍ୟାପକ ଜଙ୍ଗଲ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ କୁନ୍ଦୁରୁ କୁଶଳଙ୍କ ସବୁଜ ସୁନ୍ଦର ମୋର ସୋନପୁର ଦୀର୍ଘ ଦିନ ପରେ ସଫଳ ହୋଇଥିବା ସହରବାସୀ ହୃଦବୋଧ କରିଛନ୍ତି । ଏହି ଐତିହାସିକ ସହରରେ ରାସ୍ତା ପ୍ରଶସ୍ତିକରଣ ଓ ରିଂ ରୋଡ ନାଁରେ ହଜାର ହଜାର ଗଛ କାଟି ଦିଆଯାଇଥିଲା ।

ସଫଳ ହୋଇଛି ସବୁଜ ମହାନଦୀ ଅଭିଯାନ

ସହରର ରାମେଶ୍ବର ମନ୍ଦିର ନିକଟବର୍ତ୍ତି ପଳାସ ବଣ କାଟି ଦିଆଯାଇ ମରୁଭୂଇଁରେ ପରିଣତ କରାଯାଇଥିଲା । ହେଲେ ବୃକ୍ଷରୋପଣ ଦିଗରେ ବନ ବିଭାଗ ଦୀର୍ଘ ଦିନ ଯାଏଁ ଚିନ୍ତା କରି ନ ଥିଲା ।ତେବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ସବୁଜ ମହାନଦୀ ଅଭିଯାନରେ ପ୍ରାୟ 10 ହେକ୍ଟର ଯାଗାରେ ଚାରା ଲଗାଯାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 24 ଜୁଲାଇ 2018ରେ ସୁବର୍ଣ୍ଣପୁର ସହର ଗସ୍ତ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ପ୍ରାୟ ତିନି ବର୍ଷ ତଳେ ଲଗାଯାଇଥିବା ଚାରା ଧିରେ ଧିରେ ଦ୍ରୁମରେ ପରିଣତ ହେଉଛି । ତେବେ ସହରବାସୀ ଜଙ୍ଗଲ ବିଭାଗକୁ ଏହାର ସଫଳତା ପାଇଁ ଶ୍ରେୟ ଦେଉଥିବା ବେଳେ ଏବେ ବି ସହରରେ ତଥା ମହାନଦୀ ତଟରେ ବ୍ୟାପକ ପରିମାଣରେ ବୃକ୍ଷ ରୋପଣର ଆବଶ୍ୟକତା ରହିଥିବା ପରିବେଶ ପ୍ରେମୀ ଶ୍ୟାମା ଓମ ପ୍ରସାଦ ମିଶ୍ର କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details