ସୁବର୍ଣ୍ଣପୁର:ନିରାମୟ କେନ୍ଦ୍ର ଗୁଡ଼ିକରେ(Niramaya Yojana) ମିଳୁନି ମାଗଣା ଔଷଧ । ଆଜକୁ 5 ମାସ ହେଲା ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିରାମୟ ଯୋଜନାରେ ମାଗଣ ଔଷଧ ମିଳୁ ନ ଥିବା ଅଭିଯୋଗ ହୋଇଛି । ବିଶେଷକରି କିଡନୀ ଜନିତ ରୋଗର ଔଷଧ ମିଳୁ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି ଜଣେ କିଡନୀ ରୋଗୀ(kidney patient) ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡାଲଡବା ଗାଁର 50 ବର୍ଷିୟ ଗରିବ ନାଗ ।
ଦୁଇମାସ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ, କ୍ୟାମ୍ପସ ଔଷଧ ଦୋକାନରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଯୋଜନାରେ କିଡନୀ ଔଷଧ କିଣି ରୋଗୀଙ୍କୁ ଦେଉଥିଲେ। ହେଲେ ପରବର୍ତ୍ତୀ ସମୟରେ ଔଷଧ ଶେଷ ହୋଇ ଯାଇଥିବା ଉତ୍ତର ଦେଇଥିଲେ । ତେବେ ଗରୀବଙ୍କୁ କିଛି ଦିନ ଅପେକ୍ଷା ପରେ ପୁଣି ଔଷଧ ଯୋଗାଇ ଦେବା ପାଇଁ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କହିଥିଲେ । ହେଲେ ଗତ ଜୁଲାଇ ମାସ ଆରମ୍ଭରୁ ତାଙ୍କୁ କିଡନୀ ଜନିତ ରୋଗର ଆବଶ୍ୟକ ଔଷଧ ଦେଉ ନ ଥିବାରୁ ସେ ବାଧ୍ୟ ହୋଇ ବାହାରୁ ଔଷଧ କିଣୁଥିବା କହିଛନ୍ତି । ଏପଟେ କିଡନୀ ରୋଗର ଔଷଧର ମୂଲ୍ୟ ଅଧିକ ହୋଇ ଥିବାରୁ ସେ ସବୁ ସମୟରେ ଔଷଧ କିଣି ବ୍ୟବହାର କରି ପାରୁ ନ ଥିବା କହିଛନ୍ତି । ତେବେ ତାଙ୍କୁ ତୁରନ୍ତ ଔଷଧ ପ୍ରଦାନ କରି ତାଙ୍କୁ ଆବଶ୍ୟକ ଚିକିତ୍ସା ଓ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ।